ପୁନର୍ନିଯୁକ୍ତି ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କ ବିରାମକାଳ ୨ ବର୍ଷ କରିବାକୁ ସୁପ୍ରିମ୍‌କୋର୍ଟରେ ଆବେଦନ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ବା ହାଇକୋର୍ଟର ବିଚାରପତିମାନଙ୍କ ଅବସର-ପର ରାଜନୈତିକ ନିଯୁକ୍ତିକୁ ନେଇ ନାନା ସମାଲୋଚନା ହୋଇ ଆସୁଥିବା ବେଳେ ବମ୍ବେ ଓକିଲ ସଂଘ ତରଫରୁ ସେମାନଙ୍କ ଅବସର-ପର ପୁନର୍ନିଯୁକ୍ତି ପୂର୍ବରୁ ବିରାମକାଳ (କୁଲିଂ ଅଫ୍ ପିରିୟଡ଼) ୨ ବର୍ଷ କରିବାକୁ ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି।

ନ୍ୟାୟପାଳିକାର ସ୍ବାଧୀନତା ରକ୍ଷା, ଆଇନର ଶାସନକୁ ସୁନିଶ୍ଚିତ କରିବା ଏବଂ ସମ୍ବିଧାନର ଲକ୍ଷ୍ୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଲକ୍ଷ୍ୟରେ ଏହି ଆବେଦନ କରାଯାଇଥିବା ଜଣାପଡ଼ିଛି। ଆବେଦକମାନେ ନିକଟରେ ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଏସ୍ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ କରାଯିବା ଘଟଣାର ଉଦାହରଣ ଦେଇଛନ୍ତି। ବିଚାରପତିମାନେ ଅବସର ପରେ ପରେ କୌଣସି ରାଜନୈତିକ ନିଯୁକ୍ତିକୁ ଗ୍ରହଣ କରିବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି। ଏଥିସହ ସେମାନେ ପୂର୍ବତନ ପ୍ରଧାନବିଚାରପତି ମହମ୍ମଦ ହିଦାୟତୁଲ୍ଲାଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ଅବସର ପରେ ପରେ ସେ କୌଣସି ରାଜନୈତିକ ନିଯୁକ୍ତ ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ସେ ତାଙ୍କ ଅବସରର ୯ ବର୍ଷ ପରେ ଉପରାଷ୍ଟ୍ରପତି (ଏବଂ ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି) ହୋଇଥିଲେ।

ସମ୍ବନ୍ଧିତ ଖବର