ଚେନ୍ନାଇ: ଚେନ୍ନାଇରେ ଆଜି ରାଜଭବନ ବାହାରେ ଜଣେ ବ୍ୟକ୍ତି ପେଟ୍ରୋଲ ବୋମା ବିସ୍ଫୋରଣ ଘଟାଇବା ଆଲୋଡ଼ନ ସୃଷ୍ଟି କରିଛି। ରାଜଭବନର ମୁଖ୍ୟ ଫାଟକ ସମ୍ମୁଖରେ ଜଣେ ବ୍ୟକ୍ତି ଅଚାନକ ପେଟ୍ରୋଲ ବୋମା ଫୋପାଡ଼ିବା ପରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ତୁରନ୍ତ ସ୍ଥାନୀୟ ଥାନାରେ ଏତଲା ରୁଜୁ କରାଯାଇଥିଲା। ଏହି ବିସ୍ଫୋରଣରେ ସଂପୃକ୍ତ ଜଣେ ସନ୍ଦିଗ୍ଧକୁ ପୁଲସ ଅଟକ ରଖିଛି।
ଏହି ଘଟଣା ପରେ ବିଜେପି ଆଇନ ଶୃଙ୍ଖଳା ସ୍ଥିତି ନେଇ ଡିଏମ୍କେ ସରକାରକୁ ପ୍ରଶ୍ନ କରିଛି। ଆଜି ଅପରାହ୍ନ ୨ଟା ୪୫ରେ କାରୁକା ବିନୋଥ ନାମକ ଜଣେ ବ୍ୟକ୍ତି ରାଜଭବନ ମୁଖ୍ୟ ଦ୍ବାରା ଉପରେ ପେଟ୍ରୋଲ ଭର୍ତ୍ତି ଦୁଇଟି କଣ୍ଟେନରରେ ନିଆଁ ଲଗାଇ ରାଜଭବନ ମୁଖ୍ୟ ଫାଟକ ଉପରକୁ ଫୋପାଡ଼ିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ରାଜଭବନ ଉପରେ ପେଟ୍ରୋଲ ବୋମା ପକାଯିବା ରାଜ୍ୟର ଦୟନୀୟ ଆଇନଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି ବୋଲି ତାମିଲନାଡ଼ୁ ବିଜେପି ରାଜ୍ୟ ସଭାପତି କେ ଅନ୍ନାମଲାଇ କହିଛନ୍ତି।