ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର

ଲିଟର ପ୍ରତି କମିଲା ୨ଟଙ୍କା ବେସିକ୍‌ ଉତ୍ପାଦନ ଶୁଲ୍କ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୨ଟଙ୍କା ବେସିକ୍‌ ଉତ୍ପାଦନ ଶୁଲ୍କ କମିଛି। ବିଶେଷ ସୂତ୍ରରୁ ମିିଳିଥିବା ସୂଚନା ଅନୁସାରେ ମଙ୍ଗଳବାର-ବୁଧବାର ମଧ୍ୟ ରାତ୍ରରୁ ନୂତନ ଦର ଲାଗୁ ହେବ। ଉତ୍ପାଦନ ଶୁକ୍ଲ ହ୍ରାସର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ ପୂର୍ବ ତୁଳନାରେ ଶସ୍ତା ହେବ। ସୂଚନାଯୋଗ୍ୟ ଗତ ଜୁନ ୧୬ରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ପରିବର୍ତ୍ତନ ହେଉଛି। ନୂତନ ନିୟମ ଲାଗୁ ହେବାକୁ ପୂରା ଦେଶରେ ଲୋକେ ନିନ୍ଦା କରୁଛନ୍ତି। କେନ୍ଦ୍ର ସରକାରଙ୍କ ନିୟମ ବିରୋଧରେ ଅନେକ ରାଜ୍ୟରେ ଆନ୍ଦୋଳନ ମଧ୍ୟ ହୋଇଛି।

ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ବେସିକ ଉତ୍ପାଦନ ଶୁଲ୍କ ହ୍ରାସ କରିଛନ୍ତି। ସରକାର ଡାୟନମିକ ତୈଳ ଦରକୁ ଆପଣାଇବା ଦ୍ୱାରା ଦୈନିକ ବେସିକ ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ ହେଉଥିଲା। ଏହି ନିଷ୍ପତ୍ତି ଲାଗୁ ହେବା ପରେ ଜୁଲାଇ ପରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭.୨୯ଟଙ୍କା ବଢ଼ି ଯାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ବଢ଼ି ଲିଟର ପ୍ରତି ୭୦.୩୮ଟଙ୍କା ହୋଇଛି। ଏହା ପୂର୍ବରୁ ୨୦୧୪ ଅଗଷ୍ଟରେ ଦିଲ୍ଲୀରେ ପେଟ୍ରୋଲ ମହଙ୍ଗା ହୋଇ ପ୍ରତି ଲିଟର ୭୦.୩୩ ଟଙ୍କା ହୋଇ ଥିଲା। ଏଭଳି ଭାବରେ ଡିଜେଲ ଦର ଜୁଲାଇ ୧ ପରେ ଲିଟର ପ୍ରତି ୫.୩୬ଟଙ୍କା ବଢ଼ିଛି।

ପେଟ୍ରୋଲ-ଡିଜେଲ ଦର ବଢ଼ିବାର ୩ଟି କାରଣ

  1. ସରକାରଙ୍କ ମୁତାବକ, ଆମେରିକାରେ ବାତ୍ୟା ‘ହାର୍ଭେ-ଇରମା’ର ପ୍ରଭାବରେ ଅଶୋଧିତ ତୈଳ ଉତ୍ପାଦନ କମିଛି। ଏହାରି ପ୍ରଭାବରେ ଅଶୋଧିତ ତୈଳ ଦର ୧୫ ପ୍ରତିଶତ ବୃଦ୍ଧି ଘଟିଛି।
  2. ନିକଟରେ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ୧୮ପ୍ରତିଶତ ଓ ଡିଜେଲ ୨୦ ପ୍ରତିଶତ ମହଙ୍ଗା ହୋଇଛି।
  3. ସେପ୍ଟେମ୍ବରରେ ଭାରତୀୟ ବାସ୍କେଟ ଅଶୋଧିତ ତୈଳ ୧୭୧ ଟଙ୍କା ପ୍ରତି ବ୍ୟାରେଲ ଥଲା, ଯାହାକି ୫ପ୍ରତିଶତ ବଢ଼ିଯାଇଛି।

୪ମାସରେ ସରକାର ଅସୁଲି କଲେ ୧.୧୫ଲକ୍ଷ କୋଟି ଟଙ୍କା
ପେଟ୍ରୋଲ-ଡିଜେଲ ଦର ୩ବର୍ଷ ମଧ୍ୟରେ ସବୁଠାରୁ ମହଙ୍ଗା ହୋଇଛି। କିନ୍ତୁ ଏହାରି ଭିତରେ ଅଶୋଧିତ ତୈଳର ଭାରତୀୟ ବାସ୍କେଟ ୪୬ ପ୍ରତିଶତରୁ ଅଧିକ ଶସ୍ତା ହୋଇଛି। ୨୦୧୪ ଅଗଷ୍ଟରେ ଅଶୋଧିତ ତୈଳ ବ୍ୟାରେଲ ୬୨୯୧.୯୧ଟଙ୍କା ଥିଲା। ଯାହାକି ଏବେ କମ୍‌ ହୋଇ ୩୩୯୨.୯୦ଟଙ୍କାରେ ପହଞ୍ଚିଛି। ଏକ ବ୍ୟାରେଲ ୧୫୯ ଲିଟର ସହିତ ସମକକ୍ଷ ହୋଇଥାଏ।
ପେଟ୍ରୋଲ ଉପରେ ଉତ୍ପାଦନ ଶୁଲ୍କ ୧୨୬% ଓ ଡିଜେଲ ଉପରେ ୩୮୭% ବଢ଼ିଛି
@ପେଟ୍ରୋଲ: ୨୦୧୪ ଅଗଷ୍ଟରେ ଉତ୍ପାଦନ ଶୁଲ୍କ ୯.୪୮ ଟଙ୍କା ଥିଲା। ଏବେ ୨୧.୪୮ଟଙ୍କା ପ୍ରତି ଲିଟର ଅଛି। ଅର୍ଥାତ ୧୨୬ ପ୍ରତିଶତ ବଢ଼ିଛି।
@ଡିଜେଲ: ୨୦୧୪ରେ ଉତ୍ପାଦନ ଶୁଲ୍କ ୩.୫୬ ଟଙ୍କା ଥିଲା। ଏବେ ୧୭.୩୩ ଟଙ୍କା ପ୍ରତି ଲିଟର ଅଛି। ଅର୍ଥାତ ଏଥିରେ ୩୮୭ଟଙ୍କା ବଢ଼ାଯାଇଛି।
-ପେଟ୍ରୋଲରୁ ୭୩ହଜାର କୋଟି ଟଙ୍କା ୪ମାସରେ କେନ୍ଦ୍ର ଉତ୍ପାଦନ ଶୁଲ୍କରୁ ଅସୁଲି କରିଛନ୍ତି।
-ସେହିଭଳି ଏହି ସମୟ ମଧ୍ୟରେ ଡିଜେଲରୁ ୪୨ହଜାର କୋଟି ଟଙ୍କା ଅସୁଲି କରିଛି କେନ୍ଦ୍ର ସରକାର।
-ଉଭୟ ପେଟ୍ରୋଲ ଓ ଡିଜେଲରୁ ୧.୧୫ଲକ୍ଷ କୋଟି ଟଙ୍କା ଅସୁଲି ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର