ନିର୍ବାଚନ ଫଳାଫଳ ଆସିବାପରେ ପ୍ରଥମ ଥରଲାଗି ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ୍ ଦର
ନୂଆଦିଲ୍ଲୀ: ନିର୍ବାଚନର ଫଳାଫଳ ଆସିବାପରେ ଆଜି ପ୍ରଥମ ଥରଲାଗି ବଢିଥିବା ପେଟ୍ରୋଲ ଏବଂ ଡିଜେଲ୍ ଦର ହ୍ରାସ ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛିା ୬ ପଇସା ଏବଂ ଡିଜେଲ ଲିଟର ପିଛା ୬ ପଇସା ହ୍ରାସ ପାଇଥିବା ଜଣାଯାଇଛି। ଏହାଫଳରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ମୂଲ୍ୟ ୭୧.୮୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୬.୬୩ ଟଙ୍କା ହୋଇଥିବା ଜଣାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବା ପରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବରେ ବଢ଼ି ଚାଲିଥିଲା । ଆଜି ଏଥିରେ ହ୍ରାସ ଘଟିଛି । ବିଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦର ୮୩ ପଇସା ବୃଦ୍ଧି ପାଇଥିଲା । ଦିଲ୍ଲୀ ସମେତ ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ୬ ପଇସା ହ୍ରାସ ପାଇଛି । ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି ଯେ ଏହି ଦର ଆଗକୁ ଆହୁରି ହ୍ରାସ ପାଇବ।