ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ଲେଖାଏଁ ହ୍ରାସ ପାଇଛି । ନୂଆ ଦର ମାର୍ଚ୍ଚ ୧୫ ସକାଳ ୬ଟାରୁ ଲାଗୁ ହେବ। ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ । ଏହା ସହିତ ଦେଶରେ ଚାଲୁଥିବା ୫୮ ଲକ୍ଷରୁ ଅଧିକ ଡିଜେଲ ଚାଳିତ ଭାରୀ ମାଲବାହୀ ଯାନ, ୬ କୋଟି କାର୍ ଏବଂ ୨୭ କୋଟି ଦୁଇ ଚକିଆ ଯାନର ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ ।
ତେବେ ଦେଶରେ ଲମ୍ବା ସମୟ ଧରି ତେଲଦର ହ୍ରାସ ପାଇନଥିବାବେଳେ ଏହି ଦରହ୍ରାସ ଲୋକମାନଙ୍କୁ କେତେ ଖୁସି କରିବ ତାହା ଦେଖିବା କଥା । କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ସତ୍ତ୍ବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରାଯାଉନଥିଲା । ଏହା ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ଗତ ସପ୍ତାହରେ ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନିମାନେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ କରିଥିଲେ । ଏହା ସହିତ ଉଜ୍ଜଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୨୦୦ ଟଙ୍କା ହ୍ରାସ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/WhatsApp-Image-2024-03-14-at-21.54.01-1.jpeg)