କ୍ରମାଗତ ୧୫ତମ ଦିନ ପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦର, ଭୁବନେଶ୍ୱରରେ ଦର କେତେ ଜାଣନ୍ତୁ

ନୂଆଦିଲ୍ଲୀ: ରବିବାର ଦିନ ଡିଜେଲର ମୂଲ୍ୟ ସର୍ବାଧିକ ରେକର୍ଡ ହାସଲ କରିଛି | କ୍ରମାଗତ ୧୫ତମ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ରବିବାର ଦିନ ତେଲ ମାର୍କେଟିଂ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୬୦ ପଇସା ବୃଦ୍ଧି କରିଛନ୍ତି । ଏହାକୁ ମିଶାଇ ଗତ ୧୫ ଦିନରେ ପେଟ୍ରୋଲ ୭ଟଙ୍କା ୯୭ପଇସା ଓ ଡିଜେଲ ୮ଟଙ୍କା ୮୮ପଇସା ବୃଦ୍ଧି ପାଇଛି ।

hindustantimes

ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୯ଟଙ୍କା ୨୩ ପଇସା ଓ ଡିଜେଲ ଲିଟର ପିଛା ୭୮ ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ୦୪ ପଇସା ଓ ଡିଜେଲ ୭୬ ଟଙ୍କା ୬୯ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୯ଟଙ୍କା ୭୯ପଇସା ଓ ଡିଜେଲ ୭୬ଟଙ୍କା ୪୭ପଇସାରେ ବିକ୍ରି ହେଉଛି । ତେବେ ଭାଟ୍‌ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ସମ୍ବନ୍ଧିତ ଖବର