ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଏକ ବଡ଼ ହ୍ରାସ ପାଇଁ ପ୍ରସ୍ତୁତ ହେଉଛନ୍ତି ।
କେତେକ ଜାତୀୟ ସ୍ତରର ଗଣମାଧ୍ୟମର ରିପୋର୍ଟ ଅନୁସାରେ ଖୁବଶୀଘ୍ର ପେଟ୍ରୋଲ ଡିଜେଲ ଦରରେ ବଡ ଧରଣର ହ୍ରାସ ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ବିଚାର କରୁଛି । ମୂଲ୍ୟ ହ୍ରାସର କିଛି ଅଂଶ ତୈଳ ମାର୍କେଟିଂ କମ୍ପାନୀ (ଓଏମସି)ମାନେ ଭରଣା କରିବେ। ଏହାଛଡ଼ା ମୂଲ୍ୟ ହ୍ରାସ ପାଇଁ ଅର୍ଥ ମନ୍ତ୍ରଣାଳୟ ପାଖରେ ବିଭିନ୍ନ ବିକଳ୍ପ ରହିଛି।
ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ ଅର୍ଥ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୃଥକ ଡ୍ରାଫ୍ଟ ପଠାଇଛି। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନକୁ ଅପେକ୍ଷା କରିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବିଷୟରେ କହିବାକୁ ଗଲେ, ବ୍ରେଣ୍ଟ ଅଶୋଧିତ ତୈଳ ଦର ଡଲାର ପିଛା ୭୮.୭୧ ଟଙ୍କାକୁ ଖସି ଆସିଛି । ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମୂଳତଃ ଅନ୍ତର୍ଜାତୀୟ ମୂଲ୍ୟ ଉପରେ ମଧ୍ୟ ନିର୍ଭର କରିଥାଏ । ପେଟ୍ରୋଲ-ଡିଜେଲ ଉପରେ ମଧ୍ୟ କେନ୍ଦ୍ର ସରକାର ଯଥେଷ୍ଟ ଉତ୍ପାଦ ଶୁଳ୍କ ଲଗାଇଛନ୍ତି। ଏଥିସହ ରାଜ୍ୟ ସରକାର ସେମାନଙ୍କ ଦର ଉପରେ ଭାଟ୍ ଲାଗୁ କରୁଛନ୍ତି। ଏହା ଫଳରେ ଦର ସବୁବେଳେ ଉଚ୍ଚା ରହୁଛିୁ ।