ଲଖନଉ: କୁହାଯାଏ ଭାଗ୍ୟରେ ଥିଲେ ଲକ୍ଷ୍ମୀବନ୍ତ ସ୍ତ୍ରୀ ଟିଏ ମିଳେ | ଯିଏ ସ୍ୱାମୀର କଥାକୁ ଶୁଣେ, ତା ମନକୁ ବୁଝିପାରିଥାଏ | ସ୍ୱାମୀର ସୁବିଧା-ଅସୁବିଧା ସମୟରେ ସାଥ ଦେଇଥାଏ | ଆଉ ଝିଅଟିଏ ବି ବିବାହ ପୂର୍ବରୁ ସ୍ୱପ୍ନଟିଏ ଦେଖେ ଓ ଅନେକ ପୂଜା-ମାନସିକ କରିଥାଏ, ଯେମିତି ଭଲ ସ୍ୱାମୀଟିଏ ମିଳୁ | ଯେଉଁ ପୁରୁଷର ହାତ ଧରି ସେ ସାରା ଜୀବନ ଚାଲିବ, ସେହି ପୁରୁଷ ଜଣକ ତାଙ୍କୁ ଢେର ଭଲ ପାଆନ୍ତୁ, ଏହା କାମନା କରିଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବାବଦରେ କହିବୁ ଯାହାକୁ ଦେଖିଲା ପରେ ଆପଣ ତ ହସିବେ ଆଉ ଭାବିବେ ଯେ ବିଚରା ଲୋକଟି କେତେ ହଇରାଣ ହୋଇନଥିବ | ଉତ୍ତରପ୍ରଦେଶର କୋୖସୁମ୍ବିରୁ ଏହି ଭିଡିଓଟି ସାମ୍ନାକୁ ଆସିଛି |

Advertisment

କୁହାଯାଉଛି ଯେ ରମେଶ(ଛଦ୍ମନାମ) ଓ ଶୃତି(ଛଦ୍ମନାମ) ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ହୋଇଥିବାବେଳେ ବାଇକରେ ଯାଉଥିଲେ | ତେବେ ଅଧାବାଟରେ ବାଇକରୁ ପେଟ୍ରୋଲ ସରିଯାଇଥିଲା | ଆଉ ଏହାକୁ ନେଇ ଶୃତି ରାଗିଯାଇଥିଲେ | ସେ ଜିଦ ଧରିଥିଲେ ଯେ ଯାହା ବି ହେଇଯାଉ ଗାଡ଼ିରୁ ଓହ୍ଲାଇବେ ନାହିଁ | ଏହାପରେ ରମେଶ ତାଙ୍କୁ ଅନୁରୋଧ କରିଥିଲେ ଯେ ଗାଡ଼ିରୁ ଓହ୍ଲାଇଲେ ଗଡେଇ ଗଡେଇ ନେବେ | ତଥାପି ଶୃତି ରାଜି ହୋଇନଥିଲେ ଓ କହିଥିଲେ ଯେ ଗାଡ଼ିରୁ ଓହ୍ଲାଇବେ ନାହିଁ ଆଉ ସେ ପଛେ ଭିଡି ଭିଡି ନିଅନ୍ତୁ | ଶେଷରେ ସ୍ୱାମୀ ଜଣକ ବାଇକକୁ ଟାଣି ଟାଣି ନେଇଥିଲେ ଓ ପତ୍ନୀ ସେଭଳି ବସିରହିଥିଲେ | ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |