ପେଟ୍ରୋଲ ଦର ଲିଟର ପ୍ରତି କମିଲା ୨.୫୦ ଟଙ୍କା, ଡିଜେଲ ୨.୨୫ ଟଙ୍କା ଶସ୍ତା

ନୂଆଦିଲ୍ଲୀ: ପେଟ୍ରୋଲ ଦର ବୁଧବାର ଲିଟର ପ୍ରତି ୨.୫୦ଟଙ୍କା କମିଥିବା ବେଳେ, ଡିଜେଲ ଲିଟର ପ୍ରତି ୨.୨୫ଟଙ୍କା ଶସ୍ତା ହୋଇଛି। ପେଟ୍ରୋଲ ଓ ଡିଜେଲ ଉପରେ ମଙ୍ଗଳବାର ଲିଟର ପ୍ରତି ୨ଟଙ୍କା ବେସିକ୍‌ ଉତ୍ପାଦନ ଶୁଲ୍କ କମିଛି। ଉତ୍ପାଦନ ଶୁକ୍ଲ ହ୍ରାସର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ ପୂର୍ବ ତୁଳନାରେ ଶସ୍ତା ହୋଇଛି। ଗତ ଜୁନ ୧୬ରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ପରିବର୍ତ୍ତନ ହେଉଛି।

ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ବେସିକ ଉତ୍ପାଦନ ଶୁଲ୍କ ହ୍ରାସ କରିଛନ୍ତି। ଡାୟନମିକ ତୈଳ ଦରକୁ ଆପଣାଇବା ଦ୍ୱାରା ଦୈନିକ ବେସିକ ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ ହେଉଛି। ଏହି ନିଷ୍ପତ୍ତି ଲାଗୁ ହେବା ପରେ ଜୁଲାଇ ପରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭.୨୯ଟଙ୍କା ବଢ଼ି ଯାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ବଢ଼ି ଲିଟର ପ୍ରତି ୭୦.୩୮ଟଙ୍କା ହୋଇଛି। ଏହା ପୂର୍ବରୁ ୨୦୧୪ ଅଗଷ୍ଟରେ ଦିଲ୍ଲୀରେ ପେଟ୍ରୋଲ ମହଙ୍ଗା ହୋଇ ପ୍ରତି ଲିଟର ୭୦.୩୩ ଟଙ୍କା ହୋଇ ଥିଲା। ଏଭଳି ଭାବରେ ଡିଜେଲ ଦର ଜୁଲାଇ ୧ ପରେ ଲିଟର ପ୍ରତି ୫.୩୬ଟଙ୍କା ବଢ଼ିଛି।

 

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ରାଜ୍ୟମାନଙ୍କୁ ଚିଠି ଲେଖିିଛନ୍ତି ଯେ, ପେଟ୍ରୋଲ-ଡିଜେଲ ଉପରେ ନିଆଯାଉଥିବା ରାଜ୍ୟ କରକୁ କମ କରାଯାଉ। ସରକାର ଯଦି ଏଭଳି ପଦକ୍ଷେପ ନେବେ, ଏଥିରୁ ସାଧାରଣ ଜନତା ଉପକୃତ ହେବେ।

ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି। ଏହା ଦ୍ୱାରା ସରକାର ପ୍ରତିବର୍ଷ ୨୬,୦୦୦ କୋଟି ଟଙ୍କା ରାଜସ୍ୱ ହରାଇବେ। କିନ୍ତୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଆହୁରି ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଆହୁରି ଚାପ ପକାଇବ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ରାଜ୍ୟମାନଙ୍କୁ ଚିଠି ଲେଖି ଅପିଲ କରିଛନ୍ତି ଯେ, ପେଟ୍ରୋଲ-ଡିଜେଲ ଉପରେ ନିଆଯାଉଥିବା ରାଜ୍ୟ କରକୁ କମ କରନ୍ତୁ ଯଦି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ନେଉଥିବା କରକୁ କମ କରିବେ, ସାଧାରଣ ଜନତା ଉପକୃତ ହେବେ।

ଦେଶର ବୃହତ୍ତ ତୈଳ କମ୍ପାନି ଇଣ୍ଡିଆନ ଅଏଲ କର୍ପୋରେସନ ମୁତାବକ, ଦିଲ୍ଲୀରେ ବର୍ତମାନ ପେଟ୍ରୋଲ ଲିଟର ପ୍ରତି ଦର ୬୮.୩୮ଟଙ୍କା ହୋଇଛି। ପୂର୍ବରୁ ଏହା ୭୦.୮୮ଟଙ୍କା ଥିଲା। ସେହିଭଳି ଡିଜେଲ ଲିଟର ପ୍ରତି ୫୬.୮୯ଟଙ୍କା ହୋଇଛି, ଯାହାକି ପୂର୍ବରୁ ୫୯.୧୪ଟଙ୍କା ଥିଲା।

ପେଟ୍ରୋଲ-ଡିଜେଲ ଦର ବଢ଼ିବାର ୩ଟି କାରଣ

  • ସରକାରଙ୍କ ମୁତାବକ, ଆମେରିକାରେ ବାତ୍ୟା ‘ହାର୍ଭେ-ଇରମା’ର ପ୍ରଭାବରେ ଅଶୋଧିତ ତୈଳ ଉତ୍ପାଦନ କମିଛି। ଏହାରି ପ୍ରଭାବରେ ଅଶୋଧିତ ତୈଳ ଦର ୧୫ ପ୍ରତିଶତ ବୃଦ୍ଧି ଘଟିଛି।

  • ନିକଟରେ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ୧୮ପ୍ରତିଶତ ଓ ଡିଜେଲ ୨୦ ପ୍ରତିଶତ ମହଙ୍ଗା ହୋଇଛି।

  • ସେପ୍ଟେମ୍ବରରେ ଭାରତୀୟ ବାସ୍କେଟ ଅଶୋଧିତ ତୈଳ ୧୭୧ ଟଙ୍କା ପ୍ରତି ବ୍ୟାରେଲ ଥଲା, ଯାହାକି ୫ପ୍ରତିଶତ ବଢ଼ିଯାଇଛି।

ସମ୍ବନ୍ଧିତ ଖବର