ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ଭାରତରେ ସାଧାରଣ ଜନତା ଚିନ୍ତାରେ ଅଛନ୍ତି । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିବା ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ବଢୁଥିବା ସରକାର କହୁଛନ୍ତି । କିନ୍ତୁ ବିଶ୍ବର ଅନ୍ୟ ଦେଶମାନଙ୍କ ତୁଳନାରେ ଆମ ଦେଶରେ ପେଟ୍ରୋଲ ଦର କେତେ ମହଙ୍ଗା ?

Advertisment

ବ୍ୟାଙ୍କ ଅଫ ବରୋଦା ଇକନୋମିକ ରିସର୍ଚ୍ଚର ରିପୋର୍ଟ ଅନୁସାରେ ଭାରତରେ ପେଟ୍ରୋଲ ଦର ଆମେରିକା, ଚୀନ, ଜାପାନ, ରୁଷ, ବ୍ରାଜିଲ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, କେନିୟାଠାରୁ ମହଙ୍ଗା ରହିଛି । କିନ୍ତୁ ଭାରତରେ ପେଟ୍ରୋଲ ଦର ବ୍ରିଟେନ,ଜର୍ମାନି ,ଇଟାଲି, ନେଦରଲାଣ୍ଡସ, ଗ୍ରୀସ, ହଂକଂଠାରୁ ଶସ୍ତା ରହିଛି । ସେହିପରି ଭାରତରେ ପେଟ୍ରୋଲ ଦର ତୁର୍କୀ, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆ ସହ ସମାନ ରହିଛି ।

ଗତ ମେ ୯ରେ ୧୦୬ଟି ଦେଶରେ ପେଟ୍ରୋଲ ଦର (ଡଲାରରେ) ଓ ମୁଣ୍ଡପିଛା ଆୟକୁ ତୁଳନା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ସେହିଦିନ ଭାରତରେ ପେଟ୍ରୋଲ ଦର ଲିଟର ପିଛା ୧.୩୫ ଡଲାର ଥିଲା ଓ ୧୦୬ଟି ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୪୨ତମ ଥିଲା । ରିପୋର୍ଟ ଅନୁସାରେ ଏହି ୧୦୬ ଦେଶ ମଧ୍ୟରୁ ୫୦ଟି ଦେଶରେ ପେଟ୍ରୋଲ ଦର ଭାରତ ତୁଳନାରେ ଅଧିକ ରହିଛି ।
ସୂଚନାଯ଼ୋଗ୍ୟ ଯ଼େ, ଭୁବନେଶ୍ବରରେ ମେ ୧୭ରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୪୯ ପଇସା ଥିଲା ।