ବଢିଲା ଅଶୋଧିତ ତୈଳ ଦର: ପେଟ୍ରୋଲ ୮୦ଟଙ୍କା ଟପିଲା , ଡିଜେଲ ଦର ପାଖାପାଖି ୭୦

ନୂଆଦିଲ୍ଲୀ: ଅଶେଧିତ ତେଲର ଦର ବ୍ୟାରେଲ ପିଛା ୭୦ ଡଲାରରୁ ଅଧିକ ହେବାରୁ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି । ୨୧ମାର୍ଚ ପରେ ପେଟ୍ରୋଲ ଦର ବଢିବାରେ ଲାଗିଛି । ଫଳରେ ପେଟ୍ରୋଲ ଲିଟର ପିଛା ୭୦ ପଇସା ଓ ଡିଜେଲ ଲିଟର ପିଛା ୯୭ ପଇସା ବଢିଛି । ମୁୁମ୍ବାଇରେ ପେଟ୍ରୋଲ ଦର ୮୦ ଟଙ୍କା ଥିବା ବେଳେ ଡିଜେଲ ଦର ୭୦ ଟଙ୍କା ପାଖାପାଖି ପହଞ୍ଚିଲାଣି । ୨୧ ମାର୍ଚରେ ପେଟ୍ରୋଲ ଦର ୨୪ ପଇସା ବଢିଥିଲା ଯାହା ଆଜି ପଯ୍ୟର୍ନ୍ତ ବଡିଥିବା ଦରଠାରୁ ସବୁଠୁ ଅଧିକ।

ମେଟ୍ରୋସିଟିରେ ପେଟ୍ରୋଲ ଓ ଡିଜେଲ ଦର

‘ଇଣ୍ଡିଆନ ଅଏଲ’ର େଓ୍ଵବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଦେଶର ୪ଟି ମେଟ୍ରୋସିଟିରେ ପେଟ୍ରୋଲ ଦର ୮୦ ଟଙ୍କା ଅତିକ୍ରମ କରିଛି । ଦିଲ୍ଲୀରେ ୭୨.୯୦ ଟଙ୍କା, କୋଲକାତାରେ ୭୫.୬୩ଟଙ୍କା, ମୁମ୍ବାଇରେ ୮୦.୭୭ଟଙ୍କା ଥିବା ବେଲେ ଚେନ୍ନାଇରେ ୭୫.୬୧ ଟଙ୍କା ଅଛି । ସେହିପରି ଡିଜେଲ ଦର ଦିଲ୍ଲୀରେ ୬୩.୭୭ ଟଙ୍କା, କୋଳକତାରେ ୬୬.୪୬ ଟଙ୍କା, ମୁମ୍ବାଇରେ ୬୭.୯୧ ଟଙ୍କା ଓ ଚେନ୍ନାଇରେ ୬୭.୨୫ ଟଙ୍କା ଅଛି ।

ସମ୍ବନ୍ଧିତ ଖବର