କ୍ରମାଗତଭାବେ ଛଅ ଦିନ ହେବ ପେଟ୍ରୋଲର ମୂଲ୍ୟ ହ୍ରାସ, ଜାଣନ୍ତୁ, ଆଜି କେଉଁଠାରେ ଏହାର ଦର କେତେ

ନୂଆଦିଲ୍ଲୀ: ଆଜି ପୁଣି ତେଲ ଦର ହ୍ରାସ ପାଇଛି। ଗତ ଛଅ ଦିନ ହେବ ପରେ ପେଟ୍ରୋଲ ଦର କ୍ରମାଗତ ଭାବେ କମିବାର ଲକ୍ଷ୍ୟ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ ହେବା ପରେ ପେଟ୍ରୋଲ ଦର କ୍ରମାଗତ ଭାବେ ଷଷ୍ଠ ଦିନରେ ହ୍ରାସ ପାଇଛି । ଅପରପକ୍ଷରେ ଡିଜେଲ ଦର କ୍ରମାଗତ ଭାବେ ଆଜି ଦ୍ବିତୀୟ ଦିନ ବି ହ୍ରାସ ପାଇଛି ।

ନୂଆଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୧୩ ପଇସା ହ୍ରାସ ପାଇଥିବା ଜଣାଯାଇଛି । ତେବେ ଡିଜେଲ ଲିଟର ପିଛା ପୂର୍ବ ଦର ଅପେକ୍ଷା ମାତ୍ର ୭ ପଇସା ହ୍ରାସ ପାଇଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୩ ପଇସା ଓ ଡିଜେଲ ଲିଟର ପିଛା ୩ ପଇସା ଶସ୍ତା ହୋଇଛି । ବିଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୫୫ ପଇସା ହ୍ରାସ ପାଇଥିବା ଜଣାଯାଇଛି ।

photo–jagran

ଦିଲ୍ଲୀରେ ଆଜି ସକାଳେ ପେଟ୍ରୋଲ ଲିଟର ପିଛା ୧୩ ପଇସା ହ୍ରାସ ପାଇବା ପରେ ବର୍ତ୍ତମାନ ଏହାର ମୂଲ୍ୟ ୭୨ଟଙ୍କା ୮୬ ଥିବା ଜଣାଯାଇଛି। ସେହିପରି ଡିଜେଲ ଲିଟର ପିଛା ହ୍ରାସପାଇ ୬୬ଟଙ୍କା ହୋଇଛି ।ଆଜି ପେଟ୍ରୋଲ ଦର ୭୫.୫୦ ଟଙ୍କା, ୭୮.୪୮ ଟଙ୍କା ଓ ୭୫.୬୭ ଟଙ୍କା ରହିଥିବା ଜଣାଯାଇଛି । ସେହିପରି ଡିଜେଲ ଦର କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଯଥାକ୍ରମେ ୬୮.୧୭ ଟଙ୍କା, ୬୯.୧୭ ଟଙ୍କା ଓ ୬୯.୭୨ ଟଙ୍କା ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର