କ୍ରମାଗତ ୨ୟ ଦିନ ପାଇଁ ପେଟ୍ରୋଲ ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ : କ୍ରମାଗତ ୨ୟ ଦିନ ପାଇଁ ଦେଶରେ ପେଟ୍ରୋଲ ଦର ସ୍ଥିର ରହିଛି । ଗତ କାଲି ଡିଜେଲ ଦର ସାମାନ୍ୟ କମିଥିଲେ ବି ଆଜି ତାହା ଅପରିବର୍ତ୍ତିତ ରହିଛି ।

ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୧୯ ଓ ଡିଜେଲ ଲିଟର ପିଛା ୮୯.୭୨ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୭.୨୪ ଓ ଡିଜେଲ ଲିଟର ପିଛା ୯୭.୩୩ରେ ବିକ୍ରି ହେଉଛି । ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି ।

ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୦୧ ରେ ଓ ଡିଜେଲରେ ବିକ୍ରିହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୧୦୭.୦୭ ଓ ଡିଜେଲ ଟ.୧୦୨.୬୮ରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ. ୧୦୨.୬୦ ଡିଜେଲ ଟ.୯୮.୩୭ ବିକ୍ରି ହେଉଛି । ବାଲେଶ୍ବରରେ ୧୦୨.୦୦ ଓ ଡିଜେଲ ଟ.୯୭.୭୯ରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର