ସୀମା ବିବାଦ ପାଇଁ ମିଜୋରାମରେ ପେଟ୍ରୋଲ ସଙ୍କଟ: ବାଇକକୁ ୩, କାରକୁ ୧୦ ଓ ଟ୍ରକକୁ ସର୍ବାଧିକ ୫୦ଲିଟର ପେଟ୍ରୋଲ ମିଳିବ

ନୂଆଦିଲ୍ଲୀ: ଏବେ ଆସାମ ଓ ମିଜୋରାମରେ ମଧ୍ୟରେ ସୀମା ବିବାଦ ଶାନ୍ତ ପଡିଛି | ହେଲେ ସାଧାରଣ ଲୋକଙ୍କ ସମସ୍ୟା କହିଲେ ନସରେ । ସୀମା ବିବାଦକୁ ନେଇ ରାଜ୍ୟର ୩୦୬ ନମ୍ବର ଜାତୀୟ ରାଜପଥ ବନ୍ଦ ଥିବାରୁ ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପେଟ୍ରୋଲ ବିତରଣ ଉପରେ କଟକଣା ଲଗାଇଛନ୍ତି ।

ମିଜେରାମ ସରକାରଙ୍କ ନିଷ୍ପତ୍ତି ମୁତାବକ, ଦୈନିକ ୧୨, ୮ ଓ ୬ ଚକିଆ ବାହାନଗୁଡିକୁ ସର୍ବାଧିକ ୫୦ ଲିଟର, ମଧ୍ୟମ ବର୍ଗ ଯାନଗୁଡିକୁ ୨୦ ଲିଟର , କାରଗୁଡିକୁ ୧୦ ଲିଟର ଓ ବାଇକ, ସ୍କୁଟରଗୁଡିକୁ ଦୈନିକ ୩ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଦିଆଯିବ ।

SBI report: 'States have room to cut petrol prices by Rs 5.75, diesel Rs 3.75' | Business News,The Indian Express
The Indian Express

ରନ୍ଧନ ଗ୍ୟାସ୍, କିମ୍ବା ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡି ଉପରେ ନିୟମ କୋହଳ କରାଯାଇଛି । ସରକାର ଏହି ସୂଚନା ରାଜ୍ୟର ପ୍ରତି ଫିଲିଙ୍ଗ ଷ୍ଟେସନକୁ ପଠାଇଛନ୍ତି । ସୀମା ବିବାଦ ସମୟରୁ ଜାତୀୟ ରାଜପଥରେ ଚଳାଚଳ ଉପରେ କଟକଣା ଲଗାଯାଇଥିବାରୁ ରାଜ୍ୟକୁ ଇନ୍ଧନ ଓ ଖାଦ୍ୟ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଫଳରେ ସାଧାରଣ ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ।

ସମ୍ବନ୍ଧିତ ଖବର