ପଲ୍ୟୁସନ ସାର୍ଟିଫିକେଟ ପାଇଁ ପେଟ୍ରୋଲ ପମ୍ପ ଆସନ୍ତୁ, ମାଗଣାରେ ପେଟେ ଖାଇକି ଯାଆନ୍ତୁ

ଭଦୋଦରା: ଆସନ୍ତା ଅକ୍ଟୋବର ୧ ତାରିଖରୁ ବାଧ୍ୟତାମୂଳକ ହେବାକୁ ଯାଉଛି ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ | ଏଥିପାଇଁ ଏବେ କିଛି ପେଟ୍ରୋଲ ପମ୍ପରେ ସାର୍ଟିଫିକେଟ ଖଣ୍ଡେ ପାଇବା ପାଇଁ ଲୋକଙ୍କ ନାହିଁ ନଥିବା ଗହଳି ଦେଖିବାକୁ ମିଳୁଛି | ତେବେ ଗୁଜୁରାଟ ଭଦୋଦରାରେ ଏକ ପେଟ୍ରୋଲ ପମ୍ପ ପକ୍ଷରୁ ଲୋକଙ୍କ ଭିଡ଼ ଦେଖି ଏକ ଭିନ୍ନ ବ୍ୟବସ୍ଥା ଆପଣାଯାଇଛି |

ପେଟ୍ରୋଲ ପମ୍ପ ପକ୍ଷରୁ ଏଠାକୁ ଆସୁଥିବା ଲୋକମାନଙ୍କୁ ଖାଇବାକୁ ଦିଆଯାଉଛି | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପେଟ୍ରୋଲ ପମ୍ପ ପକ୍ଷରୁ ମାଗଣାରେ ଏଠାକୁ ଆସିଥିବା ଲୋକଙ୍କୁ ଖାଦ୍ୟ ଯୋଗାଇଦିଆଯାଇଛି | ଏହାକୁ ନେଇ ପେଟ୍ରୋଲ ପମ୍ପ ମାଲିକ ଅରବିନ୍ଦ ପଟେଲ କହିଛନ୍ତି ଯେ ଖାଦ୍ୟ ଯୋଗାଇବା କୌଣସି ବ୍ୟବସାୟ ନୁହେଁ ବରଂ ଏହା ଏକ ସେବା |

ଲୋକଙ୍କ ସେବା କରିବାକୁ ଏଭଳି ବ୍ୟବସ୍ଥା ଆପଣାଯାଇଛି | ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି ଯେ ସକାଳ ୬ଟାରୁ ପିୟୁସି (ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ) ସାର୍ଟିଫିକେଟ ପାଇବାକୁ ଲୋକମାନେ ଧୁ ଧୁ ଖରାରେ ଠିଆ ହେଉଛନ୍ତି, ତେଣୁ ସେମାନଙ୍କ ପାଇଁ ଏଭଳି ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଛି |

ସମ୍ବନ୍ଧିତ ଖବର