ପେଟ୍ରୋଲ ପରିବର୍ତ୍ତେ ୧୨୫ଟି ଗାଡ଼ିରେ ପାଣି ଭର୍ତ୍ତି କରିଦେଲେ ପେଟ୍ରୋଲ ପମ୍ପ କର୍ମଚାରୀ, ଏହି ଘଟଣା ପଛରେ କିଛି ଏଭଳି କାରଣ ଦର୍ଶାଇଲେ ମ୍ୟାନେଜର

ନୂଆଦିଲ୍ଲୀ : ଦିଲ୍ଲୀର ଏକ ପେଟ୍ରୋଲ ପମ୍ପରେ ଘଟିଥିବା ଘଟଣା ଦେଶରେ ତୈଳ ଦରର ବଢ଼ିବାର ପ୍ରଭାବ କେତେ ତାହା ସାମ୍ନାକୁ ଆଣିଛି । ଏଠାରେ ଥିବା ଏକ ଏଚ୍‌ପି ପେଟ୍ରୋଲ ପମ୍ପରେ ପ୍ରାୟ ୧୦୦-୧୨୫ଟି ଗାଡ଼ିରେ ପେଟ୍ରୋଲ ଜାଗାରେ ପାଣି ଭର୍ତ୍ତି କରାଯାଇଥିଲା । ପ୍ରଥମେ ଲୋକମାନଙ୍କୁ ଏହା ଜଣା ପଡ଼ି ନ ଥିବା ବେଳେ ଗୋଟେ ପରେ ଗୋଟେ ଗାଡ଼ି ବନ୍ଦ ହେବା ପରେ ଏହା ପଛର କାରଣ ସାମ୍ନାକୁ ଆସିଥିଲା । ଲୋକମାନେ ଗାଡ଼ି ଖରାପ ହୋଇଯିବା ଭାବି ମେକାନିକ ଦେଖାଇବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ଗାଡ଼ିରେ ପେଟ୍ରୋଲ ସ୍ଥାନରେ ପାଣି ଥିବାରୁ ଗାଡ଼ି ବନ୍ଦ ହୋଇଥିବା ଜାଣି ଲୋକମାନେ ପେଟ୍ରୋଲ ପମ୍ପରେ ଆନ୍ଦୋଳନ କରିବା ଆରମ୍ଭ କରିଥିଲେ । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରକୃତ ଘଟଣା କ’ଣ ଜାଣିବାକୁ ଚେଷ୍ଟା କରିଥିଲା ।

bhaskar.com

ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ପଚରାଯିବା ପରେ ଏଥିରେ ଆମର କିଛି ଭୁଲ୍‌ ନାହିଁ । ଆମେ ପାଣି ମିଶାଇ ନାହୁଁ । ଟ୍ୟାଙ୍କରରେ ତେଲ ଆସିବା ସମୟରେ ଏହି ଭୁଲ ହୋଇଥାଇ ପାରେ ବୋଲି କହିଥିଲେ । ତେବେ ଏ ପର୍ଯ୍ୟନ୍ତ ସତ ସାମ୍ନାକୁ ଆସି ନ ଥିବା ବେଳେ ତଦନ୍ତ ଚଳାଇଛି ପୁଲିସ ।

ସମ୍ବନ୍ଧିତ ଖବର