ମନ୍ତ୍ରୀଙ୍କ ଗାଡ଼ିରେ ଜାଲିଆତି କରି ପକାଇଥିଲେ କମ ଡିଜେଲ, ସିଲ ହେଲା ପେଟ୍ରୋଲ ପମ୍ପ

ସୁରଟ: ମନ୍ତ୍ରୀଙ୍କ ଗାଡ଼ିରେ ଜାଲିଆତି କରି କମ ଡିଜେଲ ପକାଇଥିଲେ ପମ୍ପ ମାଲିକ | ଆଉ ସତ ଜଣାପଡିବା ପରେ ଏବେ ଏହି ପେଟ୍ରୋଲ ପମ୍ପକୁ ସିଲ କରାଯାଇଛି | ଗୁଜରାଟର ସୁରଟସ୍ଥିତ ଏକ ପେଟ୍ରୋଲ ପମ୍ପରେ ମନ୍ତ୍ରୀ ମୁକେଶ ପଟେଲଙ୍କୁ କମ୍ ଡିଜେଲ ଦିଆଯାଇଥିଲା। ଆଉ ଏହା ପରେ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଥିଲା | ରାଜ୍ୟରେ ପେଟ୍ରୋଲ ପମ୍ପରେ ଚୋରିକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଗୁଜୁରାଟ ସରକାରଙ୍କ ପେଟ୍ରୋକେମିକାଲ୍ ଏବଂ ଶକ୍ତି ମନ୍ତ୍ରୀ ମୁକେଶ ପଟେଲ କହିଛନ୍ତି ଯେ ସୁରଟ ଜାହାଙ୍ଗୀରପୁରାର ନୟାରା ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ଜାଲିଆତି ହେଉଛି । ରବିବାର ସନ୍ଧ୍ୟାରେ ମୁକେଶ ପଟେଲ ନିଜେ ନିଜ କାର ନେଇ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ | ସେ ଟାଙ୍କିରେ ଡିଜେଲ ଭର୍ତ୍ତି କରିବାକୁ କହିଥିଲେ |

ଏହି ସମୟରେ ପମ୍ପର ମିଟର ବନ୍ଦ ଥିଲା, ଯାହାକୁ ମୁକେଶ ପଟେଲ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ | ଏହାକୁ ନେଇ ମ୍ୟାନେଜର କହିଥିଲେ ଯେ, ଏହାର ମିଟର ପଛରେ ଅଛି। ତେବେ ମ୍ୟାନେଜରଙ୍କ ଜାଲିଆତିକୁ ଧରିବା ପାଇଁ ପଟେଲ କହିଛନ୍ତି ଯେ ତାଙ୍କ କାରର ଟାଙ୍କି ଡିଜେଲରେ ଭର୍ତ୍ତି ହୋଇଥିଲା ଏବଂ କେବଳ ପମ୍ପର ଜାଲିଆତିକୁ ଧରିବା ପାଇଁ ସେ ଟ୍ୟାଙ୍କରେ ଅଧିକ ଡିଜେଲ ଭରିବାକୁ କହିଥିଲେ | ଆଉ ଯେତେବେଳେ ଡିଜେଲ ଭର୍ତ୍ତି ନ କରି ବିଲ ଆସିଥିଲା ସେତେବେଳେ ଜାଲିଆତି ପଦାକୁ ଆସିଥିଲା | ଏହା ପରେ ମନ୍ତ୍ରୀ ତୁରନ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ।

ଅଧିକାରୀମାନେ ତୁରନ୍ତ ଏହି ପମ୍ପରୁ ତେଲ ନମୁନା ନେଇ ପମ୍ପକୁ ସିଲ କରିଛନ୍ତି | ମନ୍ତ୍ରୀ ମୁକେଶ ପଟେଲ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହା ପରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଭାଟ୍ ହ୍ରାସ କରିଛନ୍ତି, କିନ୍ତୁ ପେଟ୍ରୋଲ ପମ୍ପରେ ଜାଲିଆତି ଯୋଗୁଁ ଲୋକମାନେ ଏହାର ଲାଭ ପାଉନାହାଁନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଏବେ ପେଟ୍ରୋଲ ପମ୍ପକୁ ଜୋରଦାର ଯାଞ୍ଚ କରାଯିବ | ଯଦି ଜାଲିଆତି ହେଉଥିବାର ପ୍ରମାଣ ମିଳିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ସମ୍ବନ୍ଧିତ ଖବର