ପେଟ୍ରୋଲ ପମ୍ପ ଡ଼ିଲର୍ସଙ୍କ ଅଭିଯୋଗ: ମୋଦିଙ୍କ ଫଟୋ ଲଗାଇବା ପାଇଁ ବାଧ୍ୟ କରୁଛି ତୈଳ କମ୍ପାନି

ନୂଆଦିଲ୍ଲୀ: ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ସବୁ ପେଟ୍ରୋଲ ପମ୍ପମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇବା ପାଇଁ ପେଟ୍ରୋଲ ପମ୍ପ ଚଳାଉଥିବା ଡ଼ିଲର୍ସମାନଙ୍କୁ ସରକାରୀ ତୈଳ କମ୍ପାନି ବାଧ୍ୟ କରୁଥିବା ଜଣା ପଡ଼ିଛି । ଏ ବିଷୟରେ ପେଟ୍ରୋଲ ପମ୍ପ ଡ଼ିଲରମାନେ ଅଭିଯୋଗ କରିଛନ୍ତି । ଭାରତୀୟ ପେଟ୍ରୋଲିୟମ ଡ଼ିଲର୍ସ ସଂଗଠନର ଅଧ୍ୟକ୍ଷ ଏସ୍‌ଏସ୍‌ ଗୋଗିଙ୍କ କହିବା ଅନୁଯାୟୀ, ଆମମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ପେଟ୍ରୋଲ ପମ୍ପରେ ଲଗାଇବା ପାଇଁ ବାଧ୍ୟ କରାଯାଉଛି ।

naidunia.jagran.com

ଏପରି ନ କଲେ ପେଟ୍ରୋଲ ପମ୍ପକୁ ତୈଳ ଦିଆଯିବ ନାହିଁ ବୋଲି ଧମକ ଦେଉଛି ସରକାରୀ ତୈଳ କମ୍ପାନି । ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମଟେଡ଼ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମଟେଡ଼ ତରଫରୁ ଏହି ଚାପ ପକା ଯାଉଥିବା କହିଛନ୍ତି ଏସ୍‌ଏସ୍‌ ଗୋଗି । ଏଥି ପାଇଁ ତାଙ୍କ ସଂଗଠନ କୋର୍ଟ ଯିବା ପାଇଁ ପ୍ରସ୍ତୁତି କରୁଥିବା କହିଛନ୍ତି ଏସ୍‌ଏସ୍‌ ଗୋଗି ।

ସମ୍ବନ୍ଧିତ ଖବର