ତାଲିବାନ ସମର୍ଥନରେ ବାହାରିଲା କେରଳର ପିଏଫଆଇ

କୋଚି : 20 ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ସେଠାକାର ଲୋକେ ପ୍ରାଣ ବିକଳରେ ବିଦେଶକୁ ପଳାଇଯ଼ାଉଥିବାବେଳେ ଭାରତରେ କେତେକ ଗୋଷ୍ଠୀ ତାଲିବାନ ସମର୍ଥନରେ ବାହାରିଛନ୍ତି କେରଳର ବିବାଦୀୟ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ପକ୍ଷରୁ ଆଫଗାନିସ୍ତାନରେ ତାଲିବାନର ଆମେରିକା ବିରୋଧୀ ସଂଘର୍ଷକୁ ପ୍ରସଂଶା କରାଯ଼ାଇଛି

ଏହି ଘଟଣା ଭିଏତନାମ ଓ ବଲିଭିଆରେ ଆମେରିକା ସେନା ପରାଜୟର ସମ୍ମୁଖୀନ ହୋଇ ଫେରିବା ସହ ସମାନ ବୋଲି ପିଏଫଆଇର ନେତା ତଥା ପିଏଫଆଇର ଜାତୀୟ କାର୍ଯ଼୍ୟକାରୀ ପରିଷଦର ସଦସ୍ୟ ପରପୁରାଥୁ କୋୟା କହିଛନ୍ତି

ପିଏଫଆଇର ଅନଲାଇନ ମୁଖପତ୍ରରେ ଏକ ସମ୍ପାଦକୀୟରେ ସେ ଲେଖିଛନ୍ତି ଯ଼େ ପାଶ୍ଚାତ୍ୟ ଗଣମାଧ୍ୟମ ଯ଼େପରି ତାଲିବାନକୁ ଚିତ୍ରିତ କରୁଛି, ବାସ୍ତବତା ତାହା ନୁହେଁ ତାଲିବାନକୁ ପାକ ପ୍ରଭାବରୁ ମୁକ୍ତ କରିବାକୁ ହେଲେ ଭାରତକୁ ତାଲିବାନ ସହ କୂଟନୈତିକ ସମ୍ପର୍କ ରଖିବାକୁ ହେବ

ସେ ଲେଖିଛନ୍ତି ଯେ, ଆଫଗାନିସ୍ତାନରେ ଆମେରିକା ସେନା ଦମନଲୀଳା ଚଳାଇଥିଲା ଆମେରିକା ଦ୍ବାରା ନିଯ଼ୁକ୍ତ ଅସରଫ ଗନି ଦୁର୍ନୀତିରେ ଲିପ୍ତ ଥିଲେ ଏହା ତାଲିବାନର ଅଭିଯ଼ାନକୁ ସହଜ କରିଦେଇଥିଲା

କିଛି ଦିନ ତଳେ ତାଲିବାନ ସମର୍ଥନରେ ସୋସିଆଲ ମିଡିଆରେ ଲେଖାଲେଖି ଆସାମରେ 14 ଜଣ ଗିରଫ ହୋଇଥିଲେ

ସମ୍ବନ୍ଧିତ ଖବର