୫-୧୧ବର୍ଷୀୟ ପିଲାଙ୍କ ପାଇଁ ନିରାପଦ ଫାଇଜର ଟିକା, ଅନୁମୋଦନ ପାଇଁ ଶୀଘ୍ର କରିପାରେ ଆବେଦନ

ନୂଆଦିଲ୍ଲୀ: ୫-୧୧ବର୍ଷୀୟ ପିଲାଙ୍କ ପାଇଁ ନିରାପଦ ଫାଇଜର ଟିକା। ୧୨ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟିକା ବାହାର କରିସାରିଥିବା ଫାଇଜର ୫-୧୧ବର୍ଷୀୟ ପିଲାଙ୍କୁ ନେଇ   ଟିକା ପରୀକ୍ଷଣ କରିଥିଲା। ଏବେ ଏହାର ଫଳାଫଳ ଆସିଥିବା ବେଳେ ଏହା ନିରାପଦ ବୋଲି କହିଛି ଫାଇଜର-ବାୟୋଏନଟେକ। ପରୀକ୍ଷଣ ପରେ ଟିକା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଜଣାପଡ଼ିିଛି। ଏବେ ପରୀକ୍ଷଣର ଫଳାଫଳ ଆସିବା ପରେ ଫାଇଜର-ବାୟୋଏନଟେକ ଟିକାର ଅନୁମୋଦନ ପାଇଁ ଆବେଦନ କରିବ ‌ବୋଲି କହିଛି।

ଫାଇଜର-ବାୟୋଏନଟେକ ମିଳିତ ବିବୃତିରେ କହିଛି ଯେ, ୫ରୁ ୧୧ବର୍ଷ ବୟସର ପିଲାମାନଙ୍କୁ ୨୧ଦିନିଆ ବ୍ୟବଧାନରେ ୧୦ମାଇକ୍ରୋଗ୍ରାମର ଦୁଇଟି ଡୋଜ ଦିଆଯାଇଥିଲା। ଏହା ପରେ ୫ରୁ ୧୧ବର୍ଷ ବୟସର ଅଂଶଗ୍ରହଣକାରୀମାନଙ୍କରେ ଏହି ଟିକା ସୁରକ୍ଷିତ ବୋଲି ପ୍ରମାଣ ହୋଇଥିଲା। ଏବେ ଏହି ତଥ୍ୟକୁ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ), ୟୁରୋପୀୟ ମେଡିସିନ୍ ଏଜେନ୍ସି (ଇଏମଏ) ଏବଂ ଅନ୍ୟାନ୍ୟ ନିୟାମକଙ୍କୁ ପଠାଯାଇ ଅନୁମୋଦନ ମଗାଯିବ ବୋଲି ବିବୃତିରେ କୁହାଯାଇଛି।

6 Questions Parents Are Asking About COVID-19 Vaccines for Kids - COVID-19, Featured, Health Topics, Pediatrics - Hackensack Meridian Health

ଏବେ ଶିଶୁମାନେ କରୋନାରେ ବେଶି ଆକ୍ରାନ୍ତ ହେଉଥିବା ଦେଖାଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏବେ ଟିକା ନିର୍ମାତାମାନେ ୫ରୁ ୧୧ବର୍ଷ ବୟସ୍କଙ୍କ ପାଇଁ ଟିକା ପରୀକ୍ଷଣ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର