ଫାଇଜର କୋଭିଡ୍‌ ଟାବ‌ଲେଟ୍‌ ୯୦% ମୃତ୍ୟୁ କମାଉଛି

ନୂଆଦିଲ୍ଲୀ : ଫାଇଜର୍‌ ସଂସ୍ଥା ଦ୍ବାରା ପରୀକ୍ଷଣ ସ୍ତରରେ ଥିବା ଏକ ଆଣ୍ଟି‌ଭାଇରାଲ୍‌ ଟାବଲେଟ୍‌ କରୋନା ମୃତ୍ୟୁ ଏବଂ ହସ୍ପିଟାଲ୍‌ ରହଣିକୁ ପାଖାପାଖି ୯୦ ପ୍ରତିଶତ କମାଇ ଦେଉଥିବା ଜଣାପଡ଼ିଛି । ଫାଇଜର କହିଛି, ଏହି ଔଷଧର ଅଧ୍ୟୟନ ସଂକ୍ରାନ୍ତ ଏକ ଅନ୍ତରୀଣ ରିପୋର୍ଟ ଖୁବ୍‌ ଶୀଘ୍ର ଆମେରିକା ଖାଦ୍ୟ ଏବଂ ଔଷଧ ପ୍ରଶାସନ ନିକଟରେ ଦାଖଲ କରିବ। ଫାଇଜର୍‌ର ଏହି ଆଣ୍ଟିଭାଇରାଲ୍‌ ଔଷଧର ନାମ ପାକ୍ସଲୋଭିଡ୍‌। ଫାଇଜର୍‌ର କ୍ଲିନିକାଲ ପରୀକ୍ଷଣରେ ୧୨୧୯ ରୋଗୀ ସାମିଲ ହୋଇଥିଲେ। ଜଣାଯାଇଛି ଯେ, ଏହି ଔଷଧ କରୋନା ମୃତ୍ୟୁ ଏବଂ ହସ୍ପିଟାଲ୍‌ ରହଣୀକୁ ୮୯ ପ୍ରତିଶତ କମାଇ ଦେଉଛି।

ଅଧ୍ୟୟନରୁ ଜଣାପଡ଼ିଛି ଯେ, କରୋନା ଲକ୍ଷଣ ଦେଖାଦେବାର ୩ ଦିନ ମଧ୍ୟରେ ଔଷଧ ଦିଆଯାଇଥିବା ରୋଗୀଙ୍କ ମଧ୍ୟରୁ ୦.୮ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଚିକିତ୍ସାରେ ରହିବାର ୨୮ ଦିନ ମଧ୍ୟରେ କାହାର ମୃତ୍ୟୁ ହୋଇନାହିଁ।

ସମ୍ବନ୍ଧିତ ଖବର