ନୂଆଦିଲ୍ଲୀ: ଭାରତକୁ କରୋନା ଲଢ଼େଇରେ ସାହାଯ୍ୟ କରିବା ପାଇଁ ଫାଇଜର ପ୍ରାୟ ୭୦ ମିଲିୟନ ଡଲାର (୫୧୦କୋଟିରୁ ଅଧିକ) କୋଭିଡ ଔଷଧ ଦାନ କରିଥିବା ଜଣାପଡ଼ିଛି। ଆମେରିକା, ୟୁରୋପ ଏବଂ ଏସିଆର ବିତରଣ କେନ୍ଦ୍ରରୁ ଭାରତକୁ ଏହି ଔଷଧ ଆସୁଛି। କମ୍ପାନିର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା ଏହି ସୂଚନା ଦେଇଛନ୍ତି।

Advertisment

ବୋର୍ଲା କହିଛନ୍ତି ଯେ, ଆମେ ପଠାଇଥିବା ଔଷଧ ଭାରତରେ ଥିବା କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରିବ। ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀ ମାଗଣାରେ ଏହି ଔଷଧ ପାଇପାରିବେ । ଭାରତର ସ୍ଥିତିକୁ ଦେଖି ଆମେ ଭାରତ ସରକାରଙ୍କୁ ଏହି ସାହାଯ୍ୟ ଯୋଗାଇ ଦେଇଛୁ।

Pfizer donates USD 70 mn worth COVID-19 treatment drugs to India - The Economic Times The Economic Times

ଏହା ପୂର୍ବରୁ ଫାଇଜର ପକ୍ଷରୁ ତିଆରି କରାଯାଇଥିବା କରୋନା ଟିକାର ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଭାରତ ସରକାର ଏହାକୁ ଅନୁମତି ଦେଇନଥିଲେ। କିନ୍ତୁ ଦେଶରେ ଏବେ ଟିକାର ଘୋର ଅଭାବ ଦେଖା ଦେଉଥିବାରୁ ସରକାର କିଛି ବିଦେଶୀ ଟିକାକୁ ଅନୁମତି ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ପୂର୍ବରୁ ଅନୁମତି ଦେଇନଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତିକୁ ଦେଖି ଭାରତ ସରକାର ‌ଏବେ ଫାଇଜର ଟିକାକୁ ଅନୁମତି ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।