ମାଗଣାରେ ମିଳି ନ ପାରେ ଫାଇଜର, ମଡର୍ଣ୍ଣା ଆଦି ବିଦେଶୀ ଟିକା

ନୂଆଦିଲ୍ଲୀ : ଭାରତରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସରକାର ଆସନ୍ତା ଡିସେମ୍ବର ସୁଦ୍ଧା ଅଧିକାଂଶ ଭାରତୀୟଙ୍କୁ ମାଗଣା ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ବିଦେଶରୁ ଟିକା ଆମଦାନୀ କରି ସରକାର ଏହି ଅଭାବ ଭରଣା କରିବାକୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ବହୁରାଷ୍ଟ୍ରୀୟ ଟିକା କମ୍ପାନି ଫାଇଜର, ମଡର୍ଣ୍ଣା, ଜନସନ ଆଦି କମ୍ପାନିମାନଙ୍କ ସହ ଆଲୋଚନା ଚାଲିଛି ।
ତେବେ ବିଦେଶରୁ ଆମଦାନୀ ହୋଇଥିବା ଟିକା ମାଗଣା ଟିକାକରଣରେ ସାମିଲ ନ ହେବାର ସମ୍ଭାବନା ରହିଛି ବୋଲି ଇକୋନୋମିକ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି । କାରଣ ଏସବୁ ଟିକାର ମୂଲ୍ୟ ଅଧିକ ହୋଇଥିବାରୁ ସେଗୁଡ଼ିକୁ ଆମଦାନୀ କରି ମାଗଣା ଟିକାକରଣ କଲେ ସରକାରଙ୍କ ବ୍ୟୟଭାର ଅତ୍ୟଧିକ ବୃଦ୍ଧି ପାଇବ । ତେବେ ଏସବୁ ଟିକା ଆମଦାନୀ କରି ସରକାର ଦେଶରେ ଟିକା ଉପଲବ୍ଧତା ବଢାଇବାକୁ ଚାହୁଁଛନ୍ତି, ଯ଼େପରିକି ଯ଼େଉଁମାନେ ଚାହିଁବେ ନିଜସ୍ବ ଖର୍ଚ୍ଚରେ ଏସବୁ ଟିକା ନେଇପାରିବେ ।

ଗତ ଏପ୍ରିଲ ମାସରେ ଭାରତରେ କରୋନାର ଦ୍ବିତୀୟ ଲହର ଆସିବା ପରେ ସରକାର ବିଦେଶୀ ଟିକା କମ୍ପାନିମାନଙ୍କୁ ଆମନ୍ତ୍ରଣ କରିଥିଲେ ।

 

ସମ୍ବନ୍ଧିତ ଖବର