ରୁଷିଆରେ ହୋଇଥିବା ସମସ୍ତ ଲାଭକୁ ୟୁକ୍ରେନବାସୀଙ୍କ ସହାୟତା ପାଇଁ ଦାନ କରିବ ଫାଇଜର

ନୂଆଦିଲ୍ଲୀ: ଫାଇଜର ନେଲା ବଡ଼ ନିଷ୍ପତ୍ତି। ପୂର୍ବରୁ ରୁଷରେ କରାଯାଇଥିବା ନିବେଶକୁ ବନ୍ଦ କରିବ ବୋଲି ଫାଇଜର ଘୋଷଣା କରିଥିବା ବେଳେ ଏବେ ରୁଷିଆରେ ହୋଇଥିବା ସମସ୍ତ ଲାଭକୁ ୟୁକ୍ରେନବାସୀଙ୍କ ସହାୟତା ପାଇଁ ଦାନ କରିବ ବୋଲି କହିଛି ଫାଇଜର। ଏଭଳି ଘୋଷଣା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଫାଇଜର। ୟୁକ୍ରେନ ଉପରେ କରୁଥିବା ଆକ୍ରମଣକୁ ବିରୋଧ କରି ବିଭିନ୍ନ ଦେଶ ରୁଷ ଉପରେ କଟକଣା ଲଗାଉଥିବା ବେଳେ ରୁଷରେ କରାଯାଇଥିବା ନିବେଶକୁ ବନ୍ଦ କରାଯିବ ବୋଲି କହିଥିଲା ଫାଇଜର। ହେଲେ ଔଷଧ ଯୋଗାଣ ବନ୍ଦ ହେବ ନାହିଁ ବୋଲି ଫାଇଜର ସ୍ପଷ୍ଟ କରିଥିବା ବେଳେ ଏବେ ୟୁକ୍ରେନବାସୀଙ୍କ ସହାୟତା ପାଇଁ ରୁଷରେ ଫାଇଜର କରିଥିବା ଲାଭ ଟଙ୍କାକୁ ଦାନ କରାଯିବ ବୋଲି କମ୍ପାନି ଘୋଷଣା କରିିଛି।

ଫାଇଜର ଆହୁରି ମଧ୍ୟ କହିଛି ଯେ, ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ରୁଷରେ କୌଣସି ନୂତନ କ୍ଲିନିକାଲ୍ ପରୀକ୍ଷା ହେବ ନାହିଁ ଏବଂ ବର୍ତ୍ତମାନ ସେଠାରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣ ପାଇଁ ନିଯୁକ୍ତି ବନ୍ଦ କରାଯିବା। ଏନେଇ ଚାଲିଥିବା ପରୀକ୍ଷଣକୁ ଅନ୍ୟ ସ୍ଥାନକୁ ନେବା ପାଇଁ କମ୍ପାନି ନିୟାମକମାନଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ବୈଷୟିକ କାରଣ ପାଇଁ ଆଜି ଶେଷ ହୋଇପାରିନାହିଁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଚତୁର୍ଥ ପର୍ଯ୍ୟାୟ ଆଲୋଚନା। ଦୁଇ ଦେଶର ପ୍ରତିନିଧି ଦଳମାନଙ୍କୁ ସର୍ତ୍ତଗୁଡିକ ସ୍ପଷ୍ଟ କରିବା ପାଇଁ ଏବଂ ସମାଧାନର ବାଟ ବାହାର କରିବା ନେଇ ସମୟ ଦରକାର ଥିବାରୁ ବୈଠକୁ ଅଟକାଯାଇଥିବା ଜଣାପଡ଼ିଛି। ଆସନ୍ତାକାଲି ପୁଣି ଥରେ ବୈଠକ କରାଯିବା ସହ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର