ସଫଳତା ପଥରେ ଫାଇଜର ଟିକା : ବ୍ରିଟେନ୍ ପରେ ବାହାରିନରେ ଫାଇଜର-ବାୟୋଏନଟେକ୍ ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଫାଇଜର ଟିକାକୁ ପୁଣି ଏକ ରାଷ୍ଟ୍ର ମଞ୍ଜୁରୀ ପ୍ରଦାନ କରିଛି । ବ୍ରିଟେନ୍ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍ ଫାଇଜର ଏବଂ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏ ନେଇ ବାହାରିନର ନ୍ୟାସନାଲ ହେଲଥ୍ ରେଗୁଲେଟୋରୀ ଅଥରିଟିର ମୁଖ୍ୟ ମାରିଅମ୍ ଅଲ୍- ଝାଲହାମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏ ସଂପର୍କରେ ବାହାରିନ୍ ନ୍ୟୁଜ୍ ଏଜେନ୍ସିରେ ଖବର ପ୍ରକାଶ ପାଇଛି । ତେବେ ଏହି ଟିକା ଦେଶର ଲୋକଙ୍କୁ କେବେଠାରୁ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ ।

Pfizer Covid-19 vaccine (REUTERS)
livemint

ଅନ୍ୟପଟେ ଏହି  ଫାଇଜର ଟିକା କରୋନା ଭୂତାଣୁକୁ ରୋକିବାରେ ୯୫ ପ୍ରତିଶତ ପ୍ରଭାବଶାଳୀ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି । ଟିକା ଉପଲବ୍ଧ ପାଇଁ ଜର୍ମାନୀର ବାୟୋଫାର୍ମାସିଟ୍ୟୁକାଲ କମ୍ପାନି ବାୟୋଏନ୍ଟେକ୍ ଏହାର ଆମେରିକୀୟ ସହଯୋଗୀ ଫାଇଜର ଔପଚାରିକ ଭାବେ ବାହାରିନର ସ୍ୱୀକୃତିଲାଭ କରିଥିବା କଥା କହିଛନ୍ତି । ଏହା ସହ ବାହାରିନରେ ଖୁବ ଶୀଘ୍ର ଟିକାକରଣ କରାଯିବ ବୋଲି ବାହାରିନର ନ୍ୟାସନାଲ ହେଲଥ୍ ରେଗୁଲେଟୋରୀ କହିଥିବା କଥା ବି ସେ ସୂଚନା ଦେଇଛନ୍ତି । ପ୍ରଥମେ ବ୍ରିଟେନ୍ ସରକାର ଏହି ଟିକାକୁ ମଞ୍ଜୁରୀ ଦେଇଥିବା ବେଳେ ଏବେ ବାହାରିନ୍ ଏହାକୁ ବି ମଞ୍ଜୁରୀ ପ୍ରଦାନ କରିଛି । ହେଲେ ଏହି ଟିକା କେତେ ଫଳପ୍ରଦ ହେବ ତାହା ଟିକାକରଣ ପରେ ସାମ୍ନାକୁ ଆସିବ ।

ସମ୍ବନ୍ଧିତ ଖବର