ଭାରତକୁ ଆସିପାରେ ଫାଇଜର ଟିକା, ସରକାରଙ୍କ ସହ ଆଲୋଚନା ଚଳାଇଛି କମ୍ପାନି

ନୂଆଦିଲ୍ଲୀ : ଆମେରିକାର ଫାଇଜର କମ୍ପାନି ଦ୍ବାରା ପ୍ରସ୍ତୁତ ବାୟୋଏନକେଟ୍ ଟିକାକୁ  ଜରୁରୀକାଳୀନ ଅନୁମତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ନିଜ ଟିକାର ତ୍ବରିତ ଅନୁମତି ପାଇଁ ଫାଇଜର କମ୍ପାନି ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଛି । ଏ ସମ୍ପର୍କରେ କମ୍ପାନିର ସିଇଓ ଆଲବର୍ଟ ବୋର୍ଲା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଟିକାର ମଂଜୁରୀ ପାଇଁ ତାଙ୍କ କମ୍ପାନି ଭାରତ ସରକାରଙ୍କ ନିକଟରେ କିଛି ମାସ ତଳେ ଆବେଦନ କରିଥିଲେ ବି ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ । କିନ୍ତୁ ଏବେ ଏହି ଟିକାର ତ୍ବରିତ ଅନୁମତି ପାଇଁ ଭାରତ ସରକାରଙ୍କ ସହ ଆଲୋଚନା କରାଯାଉଛି ।

ସୂଚନାଯୋଗ୍ୟ ଯେ, କରୋନାର ଭୟଙ୍କର ୨ୟ ଲହର ଭାରତକୁ କବଳିତ କରି ରଖିଥିବାବେଳେ ଭାରତରେ ଟିକାର ଚାହିଦା ହଠାତ ବଢିଯାଇଛି । କିନ୍ତୁ ଭାରତରେ ମାତ୍ର ଦୁଇଟି ପ୍ରକାରର ଟିକା ଉପଲବ୍ଧ ଥିବାରୁ ଦେଶରେ ଟିକା ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଉ କେତେକ ବିଦେଶୀ ଟିକାକୁ ଅନୁମତି ଦେବାକୁ ଯୋଜନା କରୁଛନ୍ତି । ନିକଟରେ ସରକାର ଋଷିଆର ସ୍ପୁଟନିକ ଟିକାକୁ ଅନୁମତି ଦେଇଥିଲେ ।

 

ସମ୍ବନ୍ଧିତ ଖବର