ଆସିଲା ଫାଇଜର ଟିକାର ଅନ୍ତିମ ଫଳାଫଳ: ଟିକା ନିରାପଦ ଏବଂ ୯୫% ଫଳପ୍ରଦ ବୋଲି କହିଲା କମ୍ପାନି

ନୂଆଦିଲ୍ଲୀ: ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତ ଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ହୋଇଥିବା କଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଛି । ଆଜି ଉଭୟ କମ୍ପାନି ଏ କଥା ଘୋଷଣା କରିଛନ୍ତି।

ଔଷଧ ନିର୍ମାତା ଫାଇଜର୍ କହିଛି ଯେ, ଟିକାକରଣର ଶେଷ ପର୍ଯ୍ୟୟରେ ଏହା ୯୫% ଫଳପ୍ରଦ ପ୍ରମାଣିତ ହୋଇଛି | ସବୁ ବର୍ଗର କରୋନା ରୋଗୀଙ୍କ ଉପରେ ଏହାର ପ୍ରଭାବ ଭଲ ରହିଥିବା ସହ କୌଣସି ବଡ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ | ବିଶେଷ କରି ୬୫ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କ ଶରୀରରେ ଏହି ଟିକା ୯୪% ଫଳପ୍ରଦ ହୋଇଛି | ଶେଷ ପର୍ଯ୍ୟାୟ ରିପୋର୍ଟ ଅନୁଯାୟୀ ଏହି ଟିକାର ବ୍ୟବହାର ସାରା ବିଶ୍ୱରେ ବ୍ୟାପକ ଭାବରେ ହୋଇପାରିବ। ଏହି ଫଳାଫଳ ଆସିବା ପରେ ଆମେରିକା ସରକାରଙ୍କଠାରୁ ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରିବାକୁ କମ୍ପାନି ଯୋଜନା କରୁଥିବା କହିଛି |

Pfizer claims final trials of Covid-19 vaccine 95 per cent effective - The Economic Times Video | ET Now
The Economic Times

ସୂଚନା ମୁତାବକ, କିଛି ଦିନ ତଳେ ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ ଦ୍ବାରା ମିଳିତଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା କମ୍ପାନି ଘୋଷଣା କରିଥିଲା | ଫାଇଜର୍‌ ଅଧ୍ୟକ୍ଷ ତଥା ସିଇଓ ଆଲବର୍ଟ ବୋର୍ଲା ଏକ ବିବୃତିରେ କହିଥିଲେ, ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପ୍ରଥମ ସେଟ୍‌ ଫଳାଫଳ କୋଭିଡ୍‌-୧୯ ପ୍ରତିରୋଧ କରିବାରେ ଆମ ଟିକାର ସାମର୍ଥ୍ୟ ଥିବା କଥା ପ୍ରତିପାଦିତ କରୁଛି। ଏହି ବିଶ୍ବ ସ୍ବାସ୍ଥ୍ୟ ସଙ୍କଟର ପରିସମାପ୍ତିରେ ସହାୟତା ନିମନ୍ତେ ବିଶ୍ବବାସୀଙ୍କୁ ଏକ ଅତ୍ୟାବଶ୍ୟକ ଉଦ୍ଭାବନ ଯୋଗାଇ ଦେବା ଲାଗି ଆମେ ଗୁରୁତ୍ବପୂର୍ଣ୍ଣ ସୋପାନ ଅତିକ୍ରମ କରିଛୁ।

ସମ୍ବନ୍ଧିତ ଖବର