ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ନ୍ୟାନସାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲୀ ପାକ୍ ଅଧିକୃତ କଶ୍ମୀରକୁ ନେଇ ଆଜି ବିବାଦୀୟ ବୟାନ ଦେଇଛନ୍ତି। ଫାରୁକ୍ କହିଛନ୍ତି ଯେ ପାକ୍ ଅଧିକୃତ କଶ୍ମୀର (ପିଓକେ) ପାକିସ୍ତାନର ଏକ ଅଂଶ ଏବଂ ଏହା ପାକିସ୍ତାନଠାରୁ କେହି ଛଡ଼ାଇପାରିବେ ନାହିଁ। ସେ କହିଛନ୍ତି ଯେ କଶ୍ମୀରର ଯେଉଁ ଅଂଶ ଭାରତ ପାଖରେ ରହିଛି ତାହା ହିଁ ଭାରତର। ପିଓକେକୁ ଭାରତର ଏକ ଅବଚ୍ଛେଦ୍ୟ ଅଙ୍ଗ ଭାବେ ସରକାର ବିଚାର କରୁଥିବା ବେଳେ ଫାରୁକ୍ଙ୍କ ଏଭଳି ଦେଶ ବିରୋଧୀ ମନ୍ତବ୍ୟ ବଡ଼ ଧରଣର ବିବାଦ ସୃଷ୍ଟି କରିଛି । ଫାରୁକ୍ କହିଛନ୍ତି ଯେ କେତେ ଲଢ଼େଇ ହେଲେ ମଧ୍ୟ ଏହି ସ୍ଥିତି ବଦଳିବ ନାହିଁ। ଉଭୟ ଭାରତ ଓ ପାକିସ୍ତାନ କଶ୍ମୀରରେ ଶାନ୍ତି ଫେରାଇ ଆଣିବାକୁ କଥାବାର୍ତ୍ତା କରିବା ଜରୁରୀ ବୋଲି ସେ କହିଛନ୍ତି। କଶ୍ମୀର ବ୍ୟାପାରରେ କଥାବାର୍ତ୍ତା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ବାର୍ତ୍ତାକାର ଦିନେଶ୍ୱର ଶର୍ମା ଏ ବାବଦ ଆଲୋଚନା ଆରମ୍ଭ କରିଥିବାରୁ ଏଥିରେ ଫାରୁକ୍ କହିଛନ୍ତି ଯେ ଏଭଳି କଥାବାର୍ତ୍ତାରେ ସମାଧାନର ସୂତ୍ର ମିଳିବ ନାହିଁ। ଭାରତ ଓ ପାକିସ୍ତାନ ସରକାର ସିଧାସଳଖ କଥାବାର୍ତ୍ତା କଲେ ହିଁ ଏହି ଜଟିଳ ବିବାଦର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।
ଫାରୁକ୍ଙ୍କ ବିବାଦୀୟ ବୟାନ
ପିଓକେ ପାକିସ୍ତାନର, କେହି ଛଡ଼ାଇପାରିବେ ନାହିଁ
/sambad/media/post_attachments/wp-content/uploads/2017/11/FarooqAbdullah_AFP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)