ପୁଣେରେ ଅକ୍ସଫୋର୍ଡ କୋଭିଡ -୧୯ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ, ୨ଜଣଙ୍କୁ ଦିଆଗଲା ପ୍ରଥମ ଡୋଜ

ପୁଣେ: ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଦ୍ୱାରା ନିର୍ମିତ ଅକ୍ସଫୋର୍ଡ କୋଭିଡ -୧୯ ଟିକାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଯାଇଛି | ବୁଧବାର ପୁଣେରେ ଥିବା ଏକ ହସ୍ପିଟାଲରେ ଏହି ପରୀକ୍ଷା ଆରମ୍ଭ ହୋଇଥିବା ଜଣା ପଡିଛି । ଭାରତୀ ବିଦ୍ୟାପୀଠର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦୁଇଜଣ ପୁରୁଷ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିବା ନେଇ ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଜି ଦିନ ପ୍ରାୟ ୧ଟାରେ ଏହି କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଥିବା ସେ କହିଛନ୍ତି।

କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ୩୨ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ‘କୋଭିଶିଲ୍ଡ’ ଟିକା ପ୍ରଦାନ କରାଯାଇଥିବା କହିଛନ୍ତି ଭାରତୀ ବିଦ୍ୟାପୀଠର ମେଡିକାଲ କଲେଜ, ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର କେନ୍ଦ୍ରର ଡାକ୍ତରୀ ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ ଲାଲୱାନି । ଏହା ସହ ଅନ୍ୟ ଜଣେ ୪୮ବର୍ଷ ବୟସ୍କ ପୁରୁଷ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ଏହି ଟିକା ଦିଆଯାଇଥିବା ସେ କହିଛନ୍ତି। ୩୨ବର୍ଷ ବୟସ୍କ ସ୍ବେଚ୍ଛାସେବୀ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ୪୮ବର୍ଷ ବୟସ୍କ ସ୍ବେଚ୍ଛାସେବୀ ସ୍ୱାସ୍ଥ୍ୟସେବା ସହ ଜଡିତ ବୋଲି ଜଣା ପଡିଛି ।

Coronavirus update | Phase II human trial of Oxford vaccine begins ...
Moneycontrol

ମଙ୍ଗଳବାର ଦିନ ଏସଆଇଆଇରୁ ଡୋଜ ମିଳିବା ପରେ ପାଞ୍ଚ ଜଣ ସ୍ବେଚ୍ଛାସେବୀ ପରୀକ୍ଷା ପାଇଁ ନାମ ଲେଖାଇଥିଲେ | ୫ଜଣଙ୍କ ମଧ୍ୟରୁ ୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଆଜି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଟିକା ଦିଆଯାଇଛି | ଏହା ସହ ଟିକା ଦେବା ପୂର୍ବରୁ ଡାକ୍ତରମାନେ ସେମାନଙ୍କର ତାପମାତ୍ରା, ରକ୍ତଚାପ ଏବଂ ହୃଦସ୍ପନ୍ଦନ ଯାଞ୍ଚ କରିଥିଲେ ବୋଲି ଡାକ୍ତର ସଞ୍ଜୟ ଲାଲୱାନି କହିଛନ୍ତି।

ସମ୍ବନ୍ଧିତ ଖବର