ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଭୋଟରଙ୍କ ଅଭିଯୋଗ : ଘଣ୍ଟାକ ମଧ୍ୟରେ ହାତରୁ ଛାଡ଼ି ଯାଉଛି ମତଦାନ ପରେ ଲଗା ଯାଉଥିବା ଅଲିଭା କାଳି

ନୂଆଦିଲ୍ଲୀ : ମତଦାନ ପରେ ଲୋକମାନଙ୍କ ହାତରେ ଲଗାଯାଉଥିବା ଅଲିଭା କାଳିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମତଦାନର ୪-୫ଦିନ ପର୍ଯ୍ୟନ୍ତ ଆଙ୍ଗୁଠିରୁ ଛାଡ଼ୁ ନ ଥିବା କାଳି ଏବେ ଖୁବ୍‌ ସହଜରେ ଛାଡ଼ି ଯାଉଥିବା ଅଭିଯୋଗ ଆଣିଛନ୍ତି ପ୍ରଥମ ପର୍ଯ୍ୟାୟରେ ମତଦାନ କରିଥିବା ମତଦାତା । ଗତକାଲି ୨୦ଟି ରାଜ୍ୟରେ ୯୧ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ କରାଯାଇଥିବା ବେଳେ କିଛି ମତଦାତା ଲଗା ଯାଇଥିବା କାଳି ଖୁବ୍‌ ସହଜରେ ଛାଡ଼ି ଯାଉଥିବା ଅଭିଯୋଗ କରିଛନ୍ତି ।  ଫଟୋ ଏବଂ ଭିଡିଓ ସେୟାର କରି ଲୋକେ ଏହି ଖବର ସାମ୍ନାକୁ ଆଣିଛନ୍ତି ।

ଜଣେ ସାମ୍ବାଦିକା ନିଜର ଏକ ଭିଡିଓ ଟୁଇଟ୍‌ କରି କିଭଳି ମତଦାନ ପରେ ଲଗାଯାଉଥିବା କାଳି ନେଲ୍‌ ପଲିସ୍‌ ରିମୁଭର ଦ୍ୱାରା ସହଜରେ ଛାଡ଼ି ଯାଉଛି ତାହା ଦେଖାଇଛନ୍ତି । କେବଳ ସେ ନୁହନ୍ତି, ଅନ୍ୟ ଲୋକମାନେ ମଧ୍ୟ କାଳି ସହଜରେ ଛାଡ଼ି ଯାଉଥିବା ଅଭିଯୋଗ କରି ନିଜ ନିଜର ଆଙ୍ଗଠିର  ପୂର୍ବ ଏବଂ ପର ସମୟରେ ଫଟୋ ସେୟାର କରିଥିବା ଦେଖା ଯାଇଛି । ଏଭଳି ଫଟୋ ସାମ୍ନାକୁ ଆସିବା ପରେ ଏବେ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର