ୱାସିଂଟନ: ଆମେରିକାର ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା ପରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଛାତିଥରା ଚିତ୍ର । ଦୁର୍ଘଟଣାଗ୍ରସ୍ତ ଏୟାର ଆମ୍ବୁଲାନ୍ସରେ ଥିବା ୬ ଜଣ ତ ଜୀବନ୍ତ ଜଳିଯାଇଛନ୍ତି ହେଲେ ତା ଭିତରେ ବି ଜଳିଯାଇଛନ୍ତି ମାଆ ଝିଅ । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ଝିଅଟି ଚିକିତ୍ସିତ ହୋଇ ମ୍ୟାକ୍ସିକୋ ଫେରୁଥିବା ବେଳେ ହିଁ ଆକାଶରେ ମୃତ୍ୟୁ ତାକୁ ଡାକି ନେଇଥିଲା । ଖାଲି କଣ ସେତିକି ମାଆ ଆଗରେ ଝିଅ ଏବଂ ଝିଅ ଆଗରେ ମାଆ ଜୀବନ୍ତ ଜଳିଯାଇଥିଲା । ଏୟାର ଆମ୍ବୁଲାନ୍ସରେ ଡାକ୍ତର, ପାଇଲଟ, କୋ-ପାଇଲଟଙ୍କ ସମେତ ୬ ଜଣ ଥିଲେ । ସମସ୍ତେ ଅଧା ଆକାଶରେ ଆଖି ବୁଜିଲେ ।
ତେବେ ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିବା ସମୟରେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଡାଣ ଭରିବାର ମାତ୍ର ୩୦ ସେକେଟ ଭିତରେ ହିଁ ଏୟାର ଆମ୍ବୁଲାନ୍ସଟି ତଳକୁ ଖସିପଡିଥିଲା । ଏକ ବିରାଟ ବିଲ୍ଡିଂରେ ପିଟିହୋଇ ଏୟାର ଆମ୍ବୁଲାନ୍ସଟି କ୍ରାସ୍ ହୋଇଥିଲା ଏବଂ ରାସ୍ତାରେ ଯାଉଥିବା ଜଣେ କାର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।
ତେବେ ଦୁର୍ଘଟଣା ପରେ ଜଣେ ରାସ୍ତାରେ ଏକ ବିରାଟ ବଡ ଗର୍ତ୍ତ ହୋଇଯାଇଛି । ଜନଗହଳିପୂର୍ଣ୍ଣ ରାସ୍ତାରେ ଏତେ ବଡ ଦୁର୍ଘଟଣା ସମସ୍ତଙ୍କୁ ଡରାଇଦେଇଥିବା ବେଳେ ଦେଖଣାହାରୀ କହିଛନ୍ତି ଲୋମଟାଙ୍କୁରା କାହାଣୀ । କିଏ କହୁଛି ଦୁର୍ଘଟଣା ପରେ ଆକାଶ ପୂରା କମଳା ରଙ୍ଗର ହୋଇଗଲା ତ କିଏ କହୁଛି ଏମିତି ଲାଗିଲା ଆମ ଉପରେ କିଏ ନିଆଁ ହୁଳା ପିଙ୍ଗୁଛି । ସ୍କୁଲ ପାଖାପାଖି ଦୁର୍ଘଟଣା ହୋଇଥିବା ବେଳେ ସମସ୍ତେ ଭୟଭୀତ ହୋଇଥିଲେ ଏବଂ ଦୁର୍ଘଟଣା ପରର ନିଆଁ ଅଂଶ ପଡି ଅନେକ ଜାଗାରେ ଅଗ୍ନିକାଣ୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।