ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ଯଥେଷ୍ଟ ଆଗକୁ ଚାଲି ଯାଇଛି। ଆକଳନ କରାଯାଉଛି ଯେ ଋଷିଆ କୌଣସି ବି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ। ଏହି ଖବର ବିଷୟରେ ପୃଥିବୀ ସାରାର ନେତା ଓ ଜନତା ନଜର ରଖିଛନ୍ତି। ଇତ୍ୟବସରରେ ସୋସିଆଲ୍ ମିଡିଆରେ ଜଣେ ରିପୋର୍ଟରଙ୍କ ଭିଡିଓ ଭାଇରାଲ୍ ହେଉଛି। ଏହି ରିପୋର୍ଟର ୟୁକ୍ରେନରେ ଅଛନ୍ତି ଓ ସେଠାରୁ ରିପୋର୍ଟିଂ କରୁଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ରିପୋର୍ଟର ଜଣକ ଏକା ହିଁ ୬ଟି ଭାଷାରେ ରିପୋର୍ଟିଂ କରୁଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ ଏହି ରିପୋର୍ଟରଙ୍କ ନାମ ଫିଲିପ୍ କ୍ରାଥର୍। ସେ ଦ ଆସୋସିଏଟେଡ୍ ପ୍ରେସ୍ ଗ୍ଲୋବାଲ୍ ମିଡିଆ ସର୍ଭିସେସ୍ ସହିତ ଜଡିତ ଅଛନ୍ତି। ଫିଲିପ୍ ଏବେ ୟୁକ୍ରେନର ରାଜଧାନୀ କ୍ଵିଭରେ ଅଛନ୍ତି ଓ ସେଠାରୁ ଅନ୍ୟ ମିଡିଆ ସଂସ୍ଥାଙ୍କ ପାଇଁ ମଧ୍ୟ କାମ କରୁଛନ୍ତି। ସବୁଠାରୁ ବଡ କଥା ହେଉଛି ଭାଇରାଲ୍ ଭିଡିଓରେ ଫିଲିପ୍ ଭିନ୍ନଭିନ୍ନ ଭାଷାରେ ଚମତ୍କାର ରିପୋର୍ଟିଂ କରୁଛନ୍ତି।
Six-language coverage from #Kyiv with @AP_GMS. In this order: English, Luxembourgish, Spanish, Portuguese, French, and German. pic.twitter.com/kyEg0aCCoT
— Philip Crowther (@PhilipinDC) February 21, 2022
ଫିଲିପ୍ ଇଂରାଜୀ, ଲକ୍ଜମବର୍ଗ୍, ସ୍ପେନିଶ୍, ପର୍ତ୍ତୁଗୋଲୀ, ଫ୍ରେଞ୍ଚ ଓ ଜର୍ମାନୀ ସମେତ ୬ଟି ଭାଷାରେ ରିପୋର୍ଟିଂ କରୁଛନ୍ତି। ନିଜର ଅଫିସିଆଲ୍ ଟ୍ଵିଟର୍ ଏକାଉଣ୍ଟରେ ଫିଲିପ୍ କ୍ରାଥର୍ ସୋମବାର ୬ଟି ଭାଷାରେ ନିଜେ କରିଥିବା ରିପୋର୍ଟିଂର ଏକ ଭିଡିଓ ସେୟାର୍ କରିଛନ୍ତି। ଏହି ଭିଡିଓରେ ସେ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ପାଇଁ କାମ କରୁଥିବାର ଦେଖାଯାଇଛି। ଏହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।
ଫିଲିପ୍ କ୍ଵିଭରୁ ହିଁ ଋଷିଆ-ୟୁକ୍ରେନ୍ ସଙ୍କଟ ବିଷୟରେ ରିପୋର୍ଟିଂ କରୁଛନ୍ତି। ତାଙ୍କୁ ସୋସିଆଲ୍ ମିଡିଆ କିମ୍ବା ଲାଇଭ୍ ଦେଖୁଥିବା ଲୋକେ ସେ ୬ଟି ଭାଷାରେ ଭଲଭାବେ କହିପାରୁଥିବା ଦେଖି ତାଙ୍କର ଅନେକ ପ୍ରଶଂସା କରୁଛନ୍ତି।