ଫିଲିପାଇନ୍ସ: ଜାହାଜରେ ଅଗ୍ନିକାଣ୍ଡ ଘଟି ୨୯ ମୃତ

ମାନିଲା: ଫିଲିପାଇନ୍ସରେ ଏକ ଜାହାଜରେ ଅଗ୍ନିକାଣ୍ଡ ହେବାରୁ ୨୯ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ନିଖୋଜ ଅଛନ୍ତି। ଜା‌ମ୍ବୋଆଙ୍ଗା ସିଟିରୁ ଜୋଲୋ ଅଭିମୁଖେ ଯାତ୍ରା କରୁଥିବା ଏହି ଜାହାଜଟିରେ ବାଲୁକ-ବାଲୁକ ଦ୍ବୀପ ନିକଟରେ ବୁଧବାର ରାତି ପ୍ରାୟ ୧୦ଟାରେ ଏହି ଅଗ୍ନିକାଣ୍ଡ ହୋଇଛି। ଫିଲିପାଇନ କୋଷ୍ଟ ଗାର୍ଡର କମ୍ରେଡ ମାରକୋ ଆଣ୍ଟୋନିଓ ଜିନେଙ୍କ କହିବାନୁଯାୟୀ ଉକ୍ତ ଜାହାଜର ନାମ ମୋଟର ଭେସେଲ୍‌ ଲେଡି ମେରି ଜୟ ୩। ୨୩୦ ଜଣଙ୍କୁ ଏଥିରୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ତେବେ ଶୀତତାପ ନିୟନ୍ତ୍ରିତ ବଗିରୁ ପ୍ରଥମେ ନିଆଁ ଆରମ୍ଭ ହୋଇଥିଲା ବୋଲି କୁହାଯାଇଛି। ଅଗ୍ନିକାଣ୍ଡ ଘଟିବା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିଲେ। ନିଆଁ ବ୍ୟାପିବା ପରେ ଅନେ‌କ ଲୋକ ପାଣିକୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧିତ ଖବର