ଆମେରିକାର ସମର୍ଥନ ପରେ ଚୀନ ବିରୁଦ୍ଧରେ ଛିଡ଼ା ହେଲେ ମାଲେସିଆ,ଫିଲିପାଇନ୍ସ ଓ ଜାପାନ

ଟୋକିଓ : ଚୀନ କେବଳ ଭାରତ ସହ ନୁହେଁ ନିଜର ଅନ୍ୟ ପଡ଼ୋଶୀମାନଙ୍କ ଉପରେ ମଧ୍ୟ ଦାଦାଗିରି ଦେଖାଉଛି । ତେବେ ଗଲଓ୍ଵାନରେ ଭାରତର ଦୃଢ ଜବାବ ପରେ ଅନ୍ୟ ଏସୀୟ ଦେଶମାନେ ମଧ୍ୟ ଚୀନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେଣି ।

ନିକଟରେ ଫିଲିପାଇନ୍ସ କହିଛି ଯେ ଚୀନ ଅନ୍ତର୍ଜାତୀୟ ଟ୍ରିବୁନାଲର ରାୟକୁ ସମ୍ମାନ ଜଣାଇ ଦକ୍ଷିଣ-ଚୀନ ସାଗରରେ ନିଜର ବେଆଇନ ଦାବିରୁ ଓହରିଯାଉ । ୨୦୧୪ରେ ଅନ୍ତର୍ଜାତୀୟ ଟ୍ରିବୁନାଲ ଚୀନର ଦାବି ବେଆଇନ ବୋଲି କହୁଥିଲେ ମଧ୍ୟ ଚୀନ ତାହାକୁ ମାନୁନାହିଁ ।
ସେହିପରି ମାଲେସିଆ ମଧ୍ୟ ଚୀନର ଦାବିକୁ ବିରୋଧ କରିଛି । ଚୀନକୁ କୂଟନୈତିକ ସ୍ତରରେ ବିରୋଧ ଜଣାଇଛି କ୍ୱାଲାଲୁମ୍ପୁର । ସେହିପରି ଇଣ୍ଡୋନେସିଆ ମଧ୍ୟ ଚୀନକୁ ଖୋଲା ଖୋଲି ବିରୋଧ କରିବା ଆରମ୍ଭ କରିଛି ।

ଜାପାନ ଚୀନର ଦାଦାଗିରିକୁ ମୁକାବିଲା କରିବାକୁ ସୀମାରେ କ୍ଷେପଣାସନ୍ତ୍ର ସଜାଇଛି । ଜାପାନର ଏକ ଦ୍ୱୀପକୁ ଚୀନ ନିଜର ବୋଲି କହୁଛି । ଦକ୍ଷିଣପୂର୍ବ ଏସୀୟ ଦେଶମାନଙ୍କୁ ସମର୍ଥନ ଜଣାଇ ଆମେରିକା ନିଜର ଯୁଦ୍ଧ ପୋତ ପଠାଇବା ପରେ ଏହି ଦେଶମାନେ ଚୀନ ବିରୋଧରେ ସ୍ୱର ଉତ୍ତୋଳ ନ କରିବା ଆରମ୍ଭ କରିଦେଇଛନ୍ତି । ଏହା ଫଳରେ ଆଗାମୀ ଦିନ ଚୀନ ପାଇଁ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର