ନୂଆଦିଲ୍ଲୀ: ପୁଣି ଥରିଲା ଭୂମି। ୭.୪ ତୀବ୍ରତାରେ ଥରିଲା ଫିଲିପାଇନ୍ସ। ସୁନାମି ନେଇ କରାଗଲା ସତର୍କ। ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ୭.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହାକୁ ନଜରରେ ରଖି କର୍ତ୍ତୃପକ୍ଷ ସୁନାମି ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଏବଂ ପୁଣି ଥରେ ଭୂକମ୍ପ ହୋଇପାରେ ବୋଲି ସତର୍କ କରାଇଛନ୍ତି। ୟୁରୋପିଆନ୍ ମେଡିଟେରାନିଆନ୍ ସେସ୍ମୋଲୋଜିକାଲ ସେଣ୍ଟର(ଇଏମଏସସି) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨କିଲୋମିଟର ଥିଲା। ତେବେ ଏହି ଭୂମିକମ୍ପରେ କେତେ ଜଣ ମୃତାହତ ହୋଇଛନ୍ତି, ତାହା ସାମ୍ନାକୁ ଆସିନାହିଁ।
ଭୂକମ୍ପ ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି ଏବଂ ନାଗରିକମାନଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।
TSUNAMI WARNING 🚨
— The Philippine Star (@PhilippineStar) October 10, 2025
Phivolcs released a tsunami warning following the magnitude 7.6 earthquake in Davao Oriental at 9:43 AM on Friday.
“Based on the local tsunami scenario database, it is expected to experience wave heights of more than one meter above the normal tides and may… pic.twitter.com/gspovDAKbm
ଏହା ପୂର୍ବରୁ ଅକ୍ଟୋବର ୧ରେ ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏଥିରେ ମୃତ୍ୟୁସଂଖ୍ୟା ୬୦ରୁ ଅଧିକ ଥିଲା। କେନ୍ଦ୍ରୀୟ ଫିଲିପାଇନ୍ସରେ ଏହି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ଥିବା କୁହାଯାଇଥିଲା।
earthquake | philippines