ନୂଆଦିଲ୍ଲୀ: ନୂପୁରଙ୍କ ପାଇଁ ପ୍ରତିଦିନ ଆସୁଛି ୪ ହଜାର କଲ। ନୂପୁରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଉ ଓ ପୁଣି ମୁଖପାତ୍ର ଦାୟିତ୍ୱ ଦିଆଯାଉ। କିଛି ଏଭଳି କହି ଏବେ ନୂପୁରଙ୍କ ସମର୍ଥକ ପ୍ରତିଦିନ କଲ କରୁଛନ୍ତି। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାରା ଦେଶରୁ ଏସବୁ କଲ ଆସୁଛି। ସ୍ଥିତି ଏମିତି ହୋଇଛି ଯେ ବିଜେପିର ମୁଖ୍ୟ କାର୍ଯ୍ୟାଳୟର ଫୋନ ସେବା ଠପ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଲଗାତାର ହଜାର ହଜାର କଲ ଆସୁଥିବା ଯୋଗୁଁ ଏକ ଅଜବ ସମସ୍ୟା ଉପୁଜିଛି। ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ବିଜେପି ମୁଖ୍ୟାଳୟକୁ ପ୍ରତିଦିନ ତିନିରୁ ଚାରି ହଜାର ଫୋନ୍ କଲ ଆସୁଛି।
ଯେଉଁ କାରଣରୁ ପାର୍ଟି ମୁଖ୍ୟାଳୟରେ ଫୋନ୍ ଲାଇନ ବନ୍ଦ ହୋଇଯାଇଛି। ବାରମ୍ବାର ଫୋନ୍ କଲ ହେତୁ ଲାଇନ ବ୍ୟସ୍ତତା ହେତୁ ଫୋନ୍ ସଂଯୋଗ ବିଚ୍ଛିନ୍ନ ହୋଇପଡିଛି। ମହମ୍ମଦଙ୍କ ଉପରେ ବିବାଦୀୟ ବିବୃତ୍ତି ପରେ ଗତ ସପ୍ତାହରେ ବିଜେପି, ଦଳର ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବନ କରିଥିଲା। ଏହା ପରେ, ବର୍ତ୍ତମାନ ପାର୍ଟି ମୁଖ୍ୟାଳୟକୁ ନୂପୁର ଶର୍ମାଙ୍କ ସମର୍ଥନରେ କ୍ରମାଗତ ଫୋନ୍ କଲ ଆସୁଛି ।
ପାର୍ଟି ସୂତ୍ର ଅନୁଯାୟୀ ସମର୍ଥକମାନେ ନିରନ୍ତର ଭାବରେ ନୁପୁର ଶର୍ମାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇବାକୁ ଦାବି କରୁଛନ୍ତି। ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ମଧ୍ୟ ନୂପୁର ଶର୍ମାଙ୍କ ସପକ୍ଷରେ ଟ୍ୱିଟ ପରେ ଟ୍ୱିଟ ପୋଷ୍ଟ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/inside-BJPs-new-party-office-in-Delhi.jpg)