ରେସ୍ତୋରାଁ ଖାଉଥିବା ବ୍ୟକ୍ତିଙ୍କ ପକେଟ୍‌ରେ ଫୁଟିଲା ମୋବାଇଲ୍‌ ଫୋନ୍‌: ଦେଖନ୍ତୁ ଭିଡିଓ

ମୁମ୍ବାଇ: ରେସ୍ତୋରାରେ ମିଲ୍‌ ଖାଉଥିବା ଜଣେ ଲୋକ ନିଜ ଛାତି ପକେଟରୁ ମୋବାଇଲ୍‌ ଫୋନ୍‌ଟିକୁ କାଢ଼ିବାକୁ ଯାଉଥିବା ବେଳେ ହଠାତ୍‌ ସେଇଟା ଫୁଟିଲା।

ସୋମବାର ଦିନ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜ୍‌ରେ ଦେଖା ଯାଉଛି: ସହରର ଭଣ୍ଡୁପ ଅଞ୍ଚଳର ଏକ ଗହଳିଆ ରେସ୍ତୋରାଁରେ ବ୍ୟକ୍ତି ଜଣକ ଲଞ୍ଚ୍‌ ଖାଉ ଖାଉ ତାଙ୍କ ସାର୍ଟ ପକେଟ୍‌ରୁ ଫୋନ୍‌ଟି କାଢୁଛନ୍ତି। ସେଥିରୁ ଧୂଅାଁ ବାହାରିବା ଦେଖି ସେ ଛାନିଆରେ ତୁରନ୍ତ ସେଇଟାକୁ ଫୋପାଡ଼ି ଦେଉଛନ୍ତି। ଫୋନ୍‌ଟି ଫୁଟୁ ଫୁଟୁ ଘଟଣାସ୍ଥଳରୁ ଅନ୍ୟ ଲୋକ ଓ କର୍ମଚାରୀମାନେ ମଧ୍ୟ ଉଠି ବାହାରକୁ ପଳାଇ ଯାଉଛନ୍ତି। ଘଟଣାରେ ସେ ଫୋନ୍‌ବାଲା ସାମାନ୍ୟ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।


Courtesy ANI
ଫୋନ୍‌ଟି କେଉଁ କମ୍ପାନିର ତାହା ଜଣା ପଡ଼ି ନ ଥିଲେ ମଧ୍ୟ ଏ ଭଳି ଘଟଣା ବିଶ୍ୱବ୍ୟାପୀ ସାଧାରଣ ହେବାରେ ଲାଗିଲାଣି।

ସାଧାରଣତଃ, ସର୍କିଟ୍‌ ବୋର୍ଡ ମାତ୍ରାଧିକ ଉତ୍ତପ୍ତ ହୋଇଗଲେ ସେଲ୍‌ଫୋନ୍‌ ଫାଟେ। ଏ ଭଳି ଅଘଟଣକୁ ଏଡ଼ାଇବା ପାଇଁ କାରଖାନାସ୍ତରରୁ ଅନେକ ସତର୍କତା ଅବଲମ୍ବ କରିବାକୁ ପରାମର୍ଶ ଦିଆଯାଉଛି। ଫୋନ୍‌କୁ ଖରାରେ ରଖନ୍ତୁ ନାହିଁ, ନିଅାଁ ପାଖରେ ରଖନ୍ତୁ ନାହିଁ କିଂବା ସବୁବେଳେ ଚାର୍ଜରେ ଲଗାଇ ରଖନ୍ତୁ ନାହିଁ।

ସମ୍ବନ୍ଧିତ ଖବର