ବଟି ଦେବାକୁ ଦାଉଦ ଇବ୍ରାହିମ ଗ୍ୟାଙ୍ଗରୁ ବ୍ୟବସାୟୀଙ୍କ ପାଖକୁ ଆସିଲା ଫୋନ କଲ, ତଦନ୍ତ କରୁଛି ପୁଲିସ

ମୁମ୍ବାଇ: ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ପକ୍ଷରୁ ଦାଦାବଟି ଦେବାକୁ ଧମକ ଦିଆଯାଇଛି | ଏହି ବ୍ୟବସାୟୀଙ୍କୁ ଛୋଟା ଶକିଲର ଜଣେ ପ୍ରମୁଖ ସହଯୋଗୀ ଫାହିମ ମଚମଚଠାରୁ ଧମକପୂର୍ଣ୍ଣ କଲ୍ ଆସିଥିବା ଜଣାପଡିଛି | ଦୀର୍ଘ ଦିନ ଧରି ଅପରାଧ ମୁକ୍ତ ହୋଇଥିବା ମୁମ୍ବାଇରେ ଏଭଳି ଘଟଣା ଘଟିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତ ଆରମ୍ଭ ହୋଇଯାଇଛି | କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଫାହିମ ମଚମଚ ସହ ଛୋଟା ଶକିଲର ନାମ ଉଲ୍ଲେଖ କରାଯାଇଛି।

ସୂଚନା ମୁତାବକ ଗତ ସପ୍ତାହରେ ଘାଟକୋପର ଉକ୍ତ ବ୍ୟବସାୟୀଙ୍କୁ ଏକ କଲ ଆସିଥିଲା। କଲର୍ ନିଜକୁ ଫାହିମ୍ ମଚମଚ ବୋଲି ପରିଚୟ ଦେଇଥିଲେ | ଯଦି ସେ ଆବଶ୍ୟକ ପରିମାଣର ଅର୍ଥ ଦେବାକୁ ବିଫଳ ହୁଅନ୍ତି ତେବେ ସେ ବ୍ୟବସାୟୀଙ୍କୁ ଭୟଙ୍କର ଶାସ୍ତି ଦେବାକୁ ଧମକ ଦେଇଥିଲେ। ପ୍ରଥମେ ବ୍ୟବସାୟୀ ଏହି କଲକୁ ଧ୍ୟାନ ଦେଇନଥିଲେ, କିନ୍ତୁ ପରେ ଯେତେବେଳେ ସେ ଅନେକ ଥର ଧମକପୂର୍ଣ୍ଣ କଲ ପାଇଥିଲେ ସେତେବେଳେ ସେ ପୁଲିସ ନିକଟକୁ ଯାଇଥିଲେ।

ଆଉ ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚର ଆଣ୍ଟି-ଏକ୍ସଟୋରସନ୍ ସେଲ୍(AEC) ଦ୍ୱାରା ଏହି ଘଟଣାର ଅନୁସନ୍ଧାନ କରାଯାଉଛି। ସୂତ୍ରରୁ ପ୍ରକାଶ ଯେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ କଲରଙ୍କ ସବିଶେଷ ତଥ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଭଏସ୍ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ୍ ବ୍ୟବହାର କରି ଏହି କଲ୍ କରାଯାଇଥିବାରୁ କିଏ କଲ କରିଥିଲେ ଚିହ୍ନଟ ହୋଇପାରି ନାହିଁ। କଲରଙ୍କ ସ୍ୱର ଫାହିମ ମଚମଚଙ୍କ ନମୁନା ସହିତ ମେଳ ଖାଉ ନ ଥିବା ଜଣାପଡିଥିବାବେଳେ, ଏବେ ବିଶେଷଜ୍ଞଙ୍କ ସହାୟତାରେ ପୁନଃ ଯାଞ୍ଚ କରାଯାଉଛି |

ସମ୍ବନ୍ଧିତ ଖବର