ଏପ୍ରିଲ ପହିଲାରୁ ଅଚଳ ହେବ ସ୍ବୟଂଚାଳିତ ବିଲ୍ ପୈଠ ବ୍ୟବସ୍ଥା, ଆକାଉଣ୍ଟରୁ ଟଙ୍କା କାଟିବା ପୂର୍ବରୁ ମେସେଜ ପଠାଇ ଅନୁମତି ମାଗିବ ବ୍ୟାଙ୍କ

ନୂଆଦିଲ୍ଲୀ: ଏପ୍ରିଲ୍ ଠାରୁ ମୋବାଇଲ୍ ଫୋନ୍ ବିଲ୍, ୟୁଟିଲିଟି ବିଲ୍, ମିଡିଆ ବିଷୟବସ୍ତୁ ପାଇଁ ସବସ୍କ୍ରିପସନ୍ ଚାର୍ଜ ଏବଂ ବ୍ୟାଙ୍କର ସ୍ବୟଂଚାଳିତ ବିଲ୍ ପୈଠ ବ୍ୟବସ୍ଥା(ଅଟୋ-ଡେବିଟ୍) ମାଧ୍ୟମରେ ଓଭର-ଟପ୍ ଷ୍ଟ୍ରିମିଂ ସେବା ପାଇଁ ଆପଣ କରୁଥିବା ମାସିକ ଦେୟ ବାଧାପ୍ରାପ୍ତ ହେବ। ଏପରିକି ନେଟଫ୍ଲିକ୍ସ, ଆମାଜନ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ, ଟାଟା ପାୱାର ଏବଂ ବିଏସ୍ଇଏସ ଭଳି କମ୍ପାନି ମଧ୍ୟ ପ୍ରଭାବିତ ହେବେ।

ଅର୍ଥାତ ଯଦି ଆପଣ କୌଣସି ଅନଲାଇନ ପ୍ଲାଟଫର୍ମ ବା ମୋବାଇଲ ରିଚାର୍ଜ ପାଇଁ ଅଟୋ-ଡେବିଟ୍ ପେମେଣ୍ଟ ସେଟ ଅପ ବା ସ୍ବୟଂଚାଳିତ ବିଲ୍ ପୈଠ ବ୍ୟବସ୍ଥା ବିକଳ୍ପ ରଖିଛନ୍ତି, ତେବେ ଏପ୍ରିଲଠାରୁ ତାହା କାମ କରିବ ନାହିଁ। ଆକାଉଣ୍ଟରୁ ଟଙ୍କା କଟି ରିଚାର୍ଜ ହେବା ପୂର୍ବରୁ ଆପଣଙ୍କ ପାଖକୁ ଏକ ମେସେଜ ଆସିବ। ଯଦି ଆପଣ ମେସେଜ ପାଇ ରିଚାର୍ଜକୁ ଅନୁମତି ଦେବେ, ତେବେ ଯାଇ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ।

Credit Card vs Debit Card: Which Should You Use Online? | The Simple Dollar
The Simple Dollar

ନୂତନ ନିୟମ ଅନୁଯାୟୀ ବ୍ୟାଙ୍କ, କ୍ରେଡିଟ୍ କାର୍ଡ ସେବା ପ୍ରଦାନକାରୀ ସଂସ୍ଥା, ଗ୍ରାହକଙ୍କୁ ଦେୟ କଟାଯିବାର ପାଞ୍ଚ ଦିନ ପୂର୍ବରୁ ଏକ ମେସେଜ ପଠାଇବେ ଏବଂ ଗ୍ରାହକ ଦେୟ ପାଇଁ ଅନୁମୋଦନ କରିବା ପରେ ହିଁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ୫,୦୦୦ ଟଙ୍କାରୁ ଅଧିକ ଦେୟ ପାଇଁ, ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଓଟିପି ପଠାଇବାକୁ ବାଧ୍ୟ ବୋଲି ନୂତନ ନିୟମରେ ଉଲ୍ଲେଖ ରହିଛି।

ଆରବିଆଇ ପୂର୍ବରୁ କହିଥିଲା ଯେ, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ଗ୍ରାହକ କରୁଥିବା ଦେୟ ପାଇଁ ‘ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ’ ନିୟମ ମାନିବାକୁ ବ୍ୟାଙ୍କ, କାର୍ଡ ନେଟୱାର୍କ ଏବଂ ଅନଲାଇନ୍ ବିକ୍ରେତାଙ୍କୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ନୂତନ ନିୟମ ଏପ୍ରିଲ ୧, ୨୦୨୧ରୁ ଲାଗୁ ହେବ। ହେଲେ ପ୍ରମୁଖ ବ୍ୟାଙ୍କ ଏବଂ ବିକ୍ରେତାମାନେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ନଥିବା କହି ଅଧିକ ସମୟ ମାଗିଥିଲେ। କିନ୍ତୁ ଆରବିଆଇ ଅଧିକ ସମୟ ଦେବାକୁ ମନା କରିଦେଇଥିଲା।

ସମ୍ବନ୍ଧିତ ଖବର