ମାଙ୍ଗାଲୁରୁ ବିସ୍ଫୋରଣ : ଦିଆସିଲି କାଠିରୁ ଫସଫରସ ବାହାର କରି ବିସ୍ଫୋରକରେ ବ୍ୟବହାର କରୁଥିଲା ଅଭିଯୁକ୍ତ

ନୂଆଦିଲ୍ଲୀ : ଗତ ଶନିବାରଦିନ ମାଙ୍ଗାଲୁରୁଠାରେ ହୋଇଥିବା ଅଟୋ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାରିକର ମହୀଶୂର ସ୍ଥିତ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ତା ଘରୁ ମିଳିଥିବା ସାମଗ୍ରୀ ମଧ୍ୟରେ ରହିଛି ବିସ୍ଫୋରକ ପ୍ରସ୍ତୁତିରେ ଲାଗୁଥିବା ରସାୟନ, ଜିଲେଟିନ, ସାର୍କିଟ୍, ତାର ପ୍ରେସର କୁକର ।  ଆହୁରି ଏକ ଚିନ୍ତାଜନକ କଥା ହେଉଛି ଦିଆସିଲି କାଠିରୁ ସେ ଫସଫରସ କାଢି ବିସ୍ଫୋରକ ତିଆରିରେ ଲଗାଉଥିଲା ।

ବିଶେଷକରି ସାଧାରଣଭାବେ ମିଳୁଥିବା ସାମଗ୍ରୀ ବ୍ୟବହାର କରି କିପରି ବୋମା ବ୍ୟବହାର କରିହେବ ସେଥିରେ ସେ ସିଦ୍ଧହସ୍ତ ଥିବା ପୁଲିସ ସଂଦେହ କରୁଛି । ଶନିବାରଦିନ ସେ କରିଥିବା ବିସ୍ଫୋରଣ ସେ ନିଜେ ତିଆରି କରିଥିବା ପ୍ରେସର କୁକର ବୋମା ଯୋଗୁଁ ହୋଇଥିଲା । ତାଘରୁ ମିଳିଥିବା ବିସ୍ଫୋରକ ତିଆରିରେ ଲାଗୁଥିବା ରାସାୟନିକ ପଦାର୍ଥ ମଧ୍ୟରେ ରହିଛି ପୋଟାସିୟମ ନାଇଟ୍ରେଟ୍, ସଲଫର ଓ ଫସଫରସ ଇତ୍ୟାଦି । ଏଗୁଡ଼ିକୁ ବ୍ୟବହାର କରି ସେ ଆଇଇଡି ପ୍ରସ୍ତୁତ କରୁଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏସବୁ ସାମଗ୍ରୀକୁ ସେ ଆମାଜନ କିମ୍ବା ସ୍ଥାନୀୟ ବଜାରରୁ କିଣୁଥିଲା ।

ଗତ ସେପ୍ଟେମ୍ବର ମାସରେ ଶିବମୋଗାର ତୁଙ୍ଗଭଦ୍ରା ନଦୀ ନିକଟରେ ହୋଇଥିବା ଏକ ପରୀକ୍ଷାମୂଳକ ବୋମା ବିସ୍ଫୋରଣ ପଛରେ ମଧ୍ୟ ଏହାର ହାତ ଥିବା ସଂଦେହ କରାଯାଉଛି । ସେହି ବିସ୍ଫୋରଣକୁ ବି ଦିଆସିଲି କାଠିରୁ ଫସଫରସ୍ ବାହାର କରି ବ୍ୟବହାର କରାଯାଇଥିଲା । ଶିବମୋଗା ଘଟଣାରେ ୨୧ ବର୍ଷୀୟ ଇଂଜନିୟରି ସୟଦ ୟାସିନ ଓ ୨୨ ବର୍ଷୀୟ ଇଂଜିନିୟରିଂ ଛାତ୍ରମାଜ୍ ମୁନୀର ଗିରଫ ହୋଇଛନ୍ତି ।

ସମ୍ବନ୍ଧିତ ଖବର