ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଧାର୍ମିକ ଓ ମାନବୀୟ କାର୍ଯ୍ୟକ୍ରମ ମହାକୁମ୍ଭ ମେଳା କେବଳ ଭୂପୃଷ୍ଠରେ ଥାଇ ନୁହେଁ, ମହାକାଶରୁ ବି ଉଠାଯାଉଛି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ରବିବାର ରାତିରେ ମହାକାଶରୁ ମହାକୁମ୍ଭର ଚମତ୍କାର ଫଟୋ ଉଠାଇଛି। ଏହି ଫଟୋଗୁଡ଼ିକରେ ମହାକୁମ୍ଭ ମେଳାର ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥିରେ ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଚମକୁଥିବା ଦେଖାଯାଉଥିଲା। ଆଇଏସଏସର ମହାକାଶଚାରୀ ଡନ୍ ପେଟିଟ୍ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି।
ମହାକାଶରୁ ନିଆଯାଇଥିବା ଏହି ଫଟୋ ମହାକୁମ୍ଭକୁ ନେଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ନିଶ୍ଚିତ । ଫଟୋ ଶେୟାର କରି ଡନ୍ ପେଟିଟ୍ ଲେଖିଛନ୍ତି ଯେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ନିଆଯାଇଥିବା ଫଟୋରେ ୨୦୨୫ ମହାକୁମ୍ଭ ମେଳାର ଏକ ଅବିଶ୍ବସନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଚମକୁଛି ।
ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ଉତ୍ସବ, ଯେଉଁଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ସ୍ନାନ କରି ଆଧ୍ୟାତ୍ମିକ ଶାନ୍ତି ଲାଭ କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରି ଏହି ସୁଖଦ ଓ ଧାର୍ମିକ ଅନୁଭୂତିକୁ ଅନୁଭବ କରିସାରିଥିବା ବେଳେ ଏଠାରୁ ଆସୁଥିବା ଫଟୋ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି। ମହାକାଶରୁ ନିଆଯାଇଥିବା ଏହି ଫଟୋ ମହାକୁମ୍ଭକୁ ନେଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ନିଶ୍ଚିତ । ଫଟୋ ଶେୟାର କରି ଡନ୍ ପେଟିଟ୍ ଲେଖିଛନ୍ତି ଯେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ନିଆଯାଇଥିବା ଫଟୋରେ ୨୦୨୫ ମହାକୁମ୍ଭ ମେଳାର ଏକ ଅବିଶ୍ବସନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଚମକୁଛି ।