ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଦେଖା ଦେଇଛି ଏକ ନୂଆ ସଙ୍କଟ। ପୁଲିସ୍ ମହଲରେ କର୍ଯ୍ୟ କରୁଥିବା ଯବାନମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାରେ ଯୋଗ ଦେବା ଦେଖିବାକୁ ମିଳିଛି। ରାଜ୍ୟର କାଠୁଆ ଜିଲ୍ଲାରେ ଥିବା ପୁଲିସ୍ ଟ୍ରେନିଂ ସେକ୍ଟରରେ ଅବସ୍ଥାପିତ ହୋଇଥିବା ଜନୈକ ପୁଲିସ୍ କାର୍ଯ୍ୟକାରୀ ଛୁଟିରେ ଯାଇଥିଲେ। ସେ ଅକ୍ଟୋବର ୩୦ ତାରିଖରେ ଯୋଗ ଦେବାର ଥିଲା। କିନ୍ତୁ ତାଙ୍କଠାରୁ କୌଣସି ସୂଚନା ମିଳି ନଥିଲା ଓ ସେ ଅଫିସ୍ରେ ଯୋଗ ଦେଇନଥିଲେ। ଏହାର ଦିନକ ପରେ ସେ ଏକ ଏକେ-୪୭ ରାଇବଲ ଧରିଥିବା ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ। ଏହି ଫଟୋ ଭାଇରାଲ୍ ହେବା ସହ ବିଭିନ୍ନ ସ୍ତରରେ ଆଲୋଚନା ଶୁଣିବାକୁ ମିଳିଥିଲା କି ସେ ପୁଲିସ୍ ଚାକିରି ପରିତ୍ୟାଗ କରି ଆତଙ୍କବାଦୀ ସଂଗଠନରେ ଯୋଗଦାନ କରିଛନ୍ତି।
ଏପରି ଆଲୋଚନା ହେବା ମଧ୍ୟ ଅମୂଳକ ନୁହେଁ, କାରଣ ଏହାପୂର୍ବରୁ ଜମ୍ମ-କଶ୍ମୀର ପୁଲିସ୍ରେ ଚାକିରି କରୁଥିବା ୮ ଜଣ ଯୁବକ ଆତଙ୍କବାଦୀ ସଂଘଠନରେ ଯୋଗ ଦେଇଛନ୍ତି। ଚଳିତବର୍ଷ ମେ ମାସରେ ପୁଲିସ୍ କନ୍ଷ୍ଟେବଲ ଥିବା ସୟଦ ନଭିଜ୍ ନକଭୀ ବଡଗାମ ଜିଲ୍ଲାର ଏକ ପୁଲିସ୍ ପୋଷ୍ଟ୍ରେ ଡ୍ୟୁଟିରେ ଥିବା ସମୟରେ ନିଜର ଇନ୍ସାସ୍ ରାଇଫଲ ଧରି ପଳାୟନ କରି ଏହାର କିଛି ଦିନ ପରେ ସେ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନ୍ରେ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2017/10/n07ktkqTURBXy84NmVkNTJmNDRlYmYxMDM4ZGE0M2EyN2UyMmYyZjgzNC5qcGVnkpUDAXDNA-fNAjGTBc0DFM0BvA.jpg)
ତେବେ ଅକ୍ଟୋବର ୨୩ରେ ଛୁଟିରେ ଯାଇ ଫେରି ନଥିବା ଇସ୍ଫାକ୍ ଅହମ୍ମଦର ଘର ରାଜ୍ୟର ଦକ୍ଷିଣ ସୋପିଆନ୍ ଅଞ୍ଚଳର ହେଫି ଥର୍ମାଲ ଗାଁରେ ସେ ୨୦୧୨ ମସିହାରେ ପୁଲିସ୍ ବାହିନୀରେ ଯୋଗ ଦେଇଥିଲା। ତେବେ ଛୁଟିରେ ଘରକୁ ଆସିବା ପରେ ହଠାତ ନିଖୋଜ ହୋଇ ଯାଇଥିଲେ ଇସ୍ଫାକ୍।
ଫଳରେ ତାଙ୍କ ପରିବାର ଲୋକେ ପୁଲିସ୍ରେ ମିସିଂ ରିପୋର୍ଟ ଲେଖାଇଥିଲେ। ଏ ମାମଲାରେ ପୁଲିସ୍ ଟ୍ରେନିଂ ସେଣ୍ଟରର ଜଣେ ଅଧିକାରୀ କହିଛନ୍ତି ଯେ ଇସ୍ଫାକ୍ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏଥିପୂର୍ବରୁ ୨୦୧୭ ଜୁଲାଇରେ ଟେରିଟୋରିଆଲ୍ ଆମିର ଯବାନ ଜହୁର ଠାକୁର ବାରମୂଳାର ଏକ କ୍ୟାମ୍ପର ଟ୍ୟୁଟିରେ ଥିବା ସମୟରେ ନିଜର ଏକେ-୪୭ ସହିତ ଚମ୍ପଟ ମାରିଥିଲେ। ପରେ ସେ ଆତଙ୍କବାଦୀ ସଂଗଠନରେ ଯୋଗ ଦେବା ସୂଚନା ମିଳିଥିଲା। ୨୦୧୫ ମାର୍ଚ ୨୭ରେ କନ୍ଷ୍ଟେବଲ୍ ନାଜିର ଅହମ୍ମେଦ ପଣ୍ଡିତ ଜଣେ ମନ୍ତ୍ରୀଙ୍କ ଘରେ ଡ୍ୟୁଟିରେ ଥିବା ବେଳେ ୨ଟି ଏକେ-୪୭ ରାଇଫଲ୍ ଧରି ପଳାୟନ କରି ଆତଙ୍କବାଦୀଙ୍କ ସହ ସାମିଲ୍ ହୋଇଥିଲେ।
+
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/634494-uri-kashmir-pti.jpg)