କରାଚି/ ଇସ୍ଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ଯାତ୍ରାବାହୀ ବିମାନ ଆଜି ଅପରାହ୍ଣରେ ପାକିସ୍ତାନ ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଜନବସତି ଉପରେ ଖସିପଡ଼ିଛି। ଏହି ବିମାନରେ ୧୦୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣାଗ୍ରସ୍ତ ହୋଇଥିବା ପିଆଇଏର ଏୟାରବସ୍ ଏ୩୨୦ ବିମାନଟିରେ ୯୧ ଜଣ ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ମୋଟ ୧୦୦ ଜଣ ଥିଲେ। ବିମାନଟି ଲାହୋରରୁ କରାଚି ଅଭିମୁଖେ ଉଡ଼ାଣ ଭରିଥିଲା।
Dark plumes of smoke seen near the crash site. #PIA #ModelColony #MalirCantt #Karachi pic.twitter.com/bLBCmG1dXf
— Yusra Askari (@YusraSAskari) May 22, 2020
ତେବେ, କରାଚି ବିମାନ ବନ୍ଦରରେ ଅବତରଣ କରିବାର ଅବ୍ୟବହିତ ପୂର୍ବରୁ ବିମାନଟି ଆକାଶ ପଥରେ ଦୁର୍ଘଟଣା ଗ୍ରସ୍ତ ହୋଇ ଏଥିରେ ନିଆଁ ଲାଗି ଯାଇଥିଲା ଓ କରାଚିର ଜିନ୍ନା ଗାର୍ଡେନ ନିକଟବର୍ତ୍ତୀ ମିଲାରର ମଡେଲ କଲୋନିର ଜନବସତି ଉପରେ ଜଳୁଥିବା ଅବସ୍ଥାରେ ପ୍ରଚଣ୍ଣ ଶବ୍ଦ କରି ଖସି ପଡ଼ିଥିଲା। ଜଳନ୍ତା ବିମାନଟି ଖଣ୍ଡ ଖଣ୍ଡ ହୋଇ ଜନବସତି ଉପରେ ଖସିପଡ଼ିବା ଫଳରେ ଜନବସତି ଅଞ୍ଚଳରେ ରହିଥିବା ଘରଗୁଡ଼ିକରେ ନିଆଁ ଲାଗି ଯାଇଥିଲା।
PIA Flight With 107 On Board Crashes In Karachi Minute Before Landing- NDTV https://t.co/XH8R95jJJB
— Pushpamitra Mohanty (@Pushpamitra) May 22, 2020
ଏବେ ପାକିସ୍ତାନ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।
କାହିଁକି ହେଲା ଦୁର୍ଘଟଣା?
କରାଚିରୁ ମିଳିଥିବା ସୂଚନା ଅନୁସାରେ ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଗଲା। ବିମାନଟିର ଲ୍ୟାଣ୍ଡିଂ ଗିୟର ଶେଷ ମୁହୂର୍ତରେ କାମ କରିଥିଲା। ଏହି ଖବର ପାଇଲଟ୍ କରାଚି ବିବାମନ ବନ୍ଦରର ଏଟିସିକୁ ଜଣାଇଥିଲେ। ଏହାପରେ ଏଟିସି ତାଙ୍କୁ ସୂଚନା ଦେଇଥିଲା କି ଦୁଇଟି ଯାକ ରନୱେ ଖାଲି ଅଛି ସେ ବିମାନ ଅବତରଣ କରାନ୍ତୁ । ମାତ୍ର ପାଇଲଟ୍ ଜଣକ ଏହା କରିବା ପରିବର୍ତ୍ତେ ପୁଣିଥରେ ଆକାଶରେ ଆଉ ଏକ ଚକ୍କର ମାରି ବିମାନ ଅବତରଣ ଲାଗି ନିଷ୍ପତ୍ତି ନେଇଥିଲେ। ଫଳରେ ସେ ପୁଣି ଥରେ ଆକାଶକୁ ଯାଇ ଚକ୍କର ଦେଇ ଅବତରଣ ପ୍ରୟାସ କରିବା ବେଳେ ବିମାନଟି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡ଼ିଥିଲା ଏବଂ କରାଚି ବିମାନ ବନ୍ଦର ନିକଟରେ ଥିବା ଜନ ବସତି ଉପରେ ଗଳିପଡ଼ିଥିଲା। ଫଳରେ ସମଗ୍ର ଅଞ୍ଚଳରେ ନିଆଁ ଲାଗି ଯାଇଥିଲା। ଘଟଣାରେ ବିମାନର ଯାତ୍ରୀ, କ୍ରୁ ସଦସ୍ୟ ଓ ସାଧାରଣ ନାଗରିକଙ୍କୁ ମିଶାଇ ଶତାଧିକ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ଦେଖାଦେଇଛି।