କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହେଲେ ପିଆଇବି ମୁଖ୍ୟ କେଏସ ଧତୱାଲିଆ

ନୂଆଦିଲ୍ଲୀ: ପ୍ରେସ୍‌ ଇନଫରମେସନ ବ୍ୟୁରୋ(ପିଆଇବି)ର ମୁଖ୍ୟ ନିର୍ଦ୍ଦେଶକ ଜେନେରାଲ୍ କେଏସ ଧତୱାଲିଆ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି | ରବିବାର ସେ କରୋନା ଆକ୍ରାନ୍ତ ବୋଲି ଜଣା ପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି | ପିଆଇବିର ନେତୃତ୍ୱ ନେଇଥିବା ଧତୱାଲିଆ କେନ୍ଦ୍ର ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ କାମ କରୁଛନ୍ତି।

Coronavirus: Bengal Admits 57 COVID-19 Patients Died, But Says 39 ...
NDTV.com

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଅଧିକାରିକ ଭାବରେ କୌଣସି ସୂଚନା ଦିଆଯାଇ ନଥିବା ବେଳେ ତାଙ୍କୁ ରବିବାର ସନ୍ଧ୍ୟା ୭ଟାରେ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ବୋଲି ଜଣା ପଡିଛି | ବର୍ତ୍ତମାନ ଜାତୀୟ ଗଣମାଧ୍ୟମ କେନ୍ଦ୍ରକୁ ବନ୍ଦ ରଖାଯାଇଥିବା ବେଳେ ଆଜି ସମ୍ପୂର୍ଣ୍ଣ ଅଟ୍ଟାଳିକା ପରିମଳ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ମଙ୍ଗଳବାର ମଧ୍ୟ ଜାତୀୟ ଗଣମାଧ୍ୟମ କେନ୍ଦ୍ର ବନ୍ଦ ରହିବାର ସମ୍ଭାବନା ରହିଛି ଏବଂ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ଅନୁଯାୟୀ ଧତୱାଲିଆ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଅନୁସନ୍ଧାନ ଜାରି ରହିଛି |

ସମ୍ବନ୍ଧିତ ଖବର