ନୂଆଦିଲ୍ଲୀ: ପ୍ରେସ ଇନଫର୍ମେସନ ବ୍ୟୁରୋ ବା ପିଆଇବି ଫ୍ୟାକ୍ଟ ଚେକ୍ ଦ୍ୱାରା ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ବିଭ୍ରାନ୍ତିକର ବୋଲି ବର୍ଣ୍ଣନା କରାଯାଇଛି | ଯେଉଁଥିରେ ଏକ ଭିଡିଓ ସେୟାର କରାଯାଇଛି ଏବଂ ଘରୋଇ କମ୍ପାନିର ନାମକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଇଛି | ପିଆଇବି ଫ୍ୟାକ୍ଟ ଚେକ କହିଛି ଯେ ଏହା କେବଳ ଏକ ବିଜ୍ଞାପନ | ଏହି ଭିଡିଓଟି ପ୍ରକୃତରେ ସୋସିଆଲ ମିଡିଆରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେୟାର କରିଥିଲେ ।
दावा: #फेसबुक पर एक वीडियो के साथ यह दावा किया जा रहा है कि सरकार ने भारतीय रेल पर एक निजी कंपनी का ठप्पा लगवा दिया है। #PIBFactCheck: यह दावा भ्रामक है। यह केवल एक वाणिज्यिक विज्ञापन है जिसका उद्देश्य केवल 'गैर किराया राजस्व' को बेहतर बनाना है। pic.twitter.com/vSmK8Xgdis
— PIB Fact Check (@PIBFactCheck) December 16, 2020
ଭିଡିଓ ସହିତ ସୋସିଆଲ ମିଡିଆ ପୋଷ୍ଟରେ ପ୍ରିୟଙ୍କା ଗାନ୍ଧୀ ଲେଖିଥିଲେ ଯେ, ଯେଉଁ ଭାରତୀୟ ରେଳକୁ ଦେଶର କୋଟି କୋଟି ଲୋକ ନିଜର ପରିଶ୍ରମ ବଳରେ ନିର୍ମାଣ କରିଥିଲେ, ବିଜେପି ସରକାର ଏଥିରେ କୋଟିପତି ବନ୍ଧୁ ଅଦାନୀ ଗ୍ରୁପର ଫଟୋକୁ ଲଗାଇଛନ୍ତି | ଆଗକୁ ଧୀରେ ଧୀରେ ଭାରତୀୟ ରେଳବାଇର ଏକ ବଡ଼ ଅଂଶ ମୋଦୀଙ୍କ କୋଟିପତି ବନ୍ଧୁଙ୍କ ନିକଟକୁ ଚାଲିଯିବ ବୋଲି ଉଲ୍ଲେଖ କରିଥିଲେ |
ଏହି ଭିଡିଓକୁ ପ୍ରିୟଙ୍କା ଗାନ୍ଧୀ ନିଜ ଅଫିସିଆଲ୍ ଫେସବୁକ୍ ପେଜରେ ୧୪ ଡିସେମ୍ବରରେ ପୋଷ୍ଟ କରିଥିଲେ । ଆଉ ଏହି ଭିଡିଓକୁ ପିଆଇବି ବିଭ୍ରାନ୍ତିକର ବୋଲି କହିଛି | ପିଆଇବି ଉଲ୍ଲେଖ କରିଛି ଯେ, ରେଳବାଇରେ ଦେଖାଯାଉଥିବା ଘରୋଇ କମ୍ପାନୀର ଲୋଗୋ ଏକ ବିଜ୍ଞାପନ ହୋଇଥିବା ବେଳେ ମିଛ ପୋଷ୍ଟ କରି ଲୋକଙ୍କୁ ଭୁଲ ତଥ୍ୟ ଦିଆଯାଉଛି |