ରାଜକୋଟ: ଗୁଜରାଟରେ ବିଗତ ୧୨ ବର୍ଷରୁ ଅଧିକାଳ ହେବ ପକେଟ୍‌ମାର୍‌ କରି ଆସୁଥିବା ଦୁଇଟି ଦମ୍ପତି ସମ୍ପ୍ରତି ‘ବ୍ରିଜା କାର୍‌’ ଚଳାଉଥିବା ବ‌େଳେ ପୁଲିସ ହାତରେ ଧରାପଡ଼ିଛନ୍ତି।

Advertisment

ଗିର-ସୋମନାଥ ଜିଲ୍ଲା ଆନ୍ତର୍ଗତ ସୋମନାଥ ପୁଲିସ ଗିରଫ କରିଥିବା ସେ ଦମ୍ପତିଦ୍ବୟ ହେଉଛନ୍ତି, ସଞ୍ଜୟ ଠାକୋର୍‌ ଓ ତାଙ୍କ ପତ୍ନୀ ଗୀତା ଏବଂ ନରେଶ ଭାବୋର୍‌ ଓ ତାଙ୍କ ପତ୍ନୀ ରେଖା। ବିଗତ ୧୨ ବର୍ଷରେ ଗୁଜରାଟର ଅଧିକାଂଶ ସହର ଓ ନଗରରେ ପ୍ରାୟ ୩୩୯ ଥର ପକେଟ୍‌ମାର୍‌ କରିଥିବା କଥା ସେମାନେ ସ୍ବୀକାର କରିଛନ୍ତି।

ମୂଲମଜୁରୀ ଲାଗି ଉପାର୍ଜନ କରି ନ ପାରିବାରୁ ତୁରନ୍ତ ଅର୍ଥ ରୋଜଗାର କରିବା ଲାଗି ଦାହୋଦ୍‌ ଜିଲ୍ଲାର ଉପରୋକ୍ତ ଦୁଇ ଦମ୍ପତି ପକେଟ୍‌ମାର୍‌ କରିବା ପାଇଁ ସ୍ଥିର କରିଥିଲେ।

ଅଗଷ୍ଟ ୨୨ ତାରିଖରେ ବେରାବାଲ୍‌ ଥାନାରେ ଦୁଇଜଣ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ ପକେଟ୍‌ମାର୍‌ମାନଙ୍କ ସନ୍ଧାନରେ ବାହାରି ଥିଲା। ଅଭିଯୋଗକାରିଣୀ ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜନ୍ମାଷ୍ଟମୀ ଉପଲେକ୍ଷେ ବାପଘରକୁ ଆସିଥିବା ନିକିତା କୋଦିୟାତାର୍‌। ମାଙ୍ଗ୍‌ରୋଲ୍‌ ଯିବା ପାଇଁ ଲୋକ ଗହଳି ଥିବା ବସ୍‌ରେ ଚଢ଼ିବା ବେଳେ ତାଙ୍କ ପର୍ସରୁ ୫୦୦୦ ହଜାର ଟଙ୍କା ଏବଂ ଆଇଫୋନ୍‌ ଚୋରି ହୋଇ ଯାଇଥିଲା। ସୋମନାଥରେ ତାଙ୍କ ପର୍ସରୁ ନଗଦ ୧୧,୦୦୦ ଟଙ୍କା ଚୋରି ହୋଇଥିବା କଥା ସେଦିନ ଉଷା କାନବାର୍‌ ନାମ୍ନୀ ଜଣେ ମହିଳା ମଧ୍ୟ ଅଭିଯୋଗ କରିଥିଲେ।

publive-image Image Courtesy of PKBNews

ବସ୍‌ଷ୍ଟାଣ୍ଡ୍‌ରେ ଅଗଷ୍ଟ ୨୨ ତାରିଖର ‘ସିସିଟିଭି’ ଫୁଟେଜ୍‌ ଯାଞ୍ଚ କରିବା ବେଳେ ପୁଲିସ ଦେଖିଲା ‘ବ୍ରିଜା କାର୍‌’ଟିଏ ଆସୁଛି ଏବଂ ଦୁଇଜଣ ମହିଳା ସେଥିରୁ ଓହ୍ଲାଉଛନ୍ତି। ସେମାନେ ବସ୍‌ ନିକଟକୁ ଚାଲି ଚାଲି ଯିବାର କିଛି ସମୟ ପରେ ପୁଣି କାର୍‌ରେ ବସି ଚାଲିଗଲେ। ଅଗଷ୍ଟ ୨୧ ତାରିଖ ‘ସିସିଟିଭି’ ଫୁଟେଜ୍‌ରେ ମଧ୍ୟ ସେହି ପ୍ରକାର ଦୃଶ୍ୟ ଦେଖାଗଲା। ସେ ଦୁଇ ମହିଳାଙ୍କର ଲଗେଜ୍‌ ନ ଥିବାରୁ ପୁଲିସର ସନ୍ଦେହ ହେଲା ଯେ, ବସ୍‌ଷ୍ଟାଣ୍ଡ୍‌ରେ କିଛି ଅସ୍ବାଭାବିକ କାଣ୍ଡ ଘଟୁଛି।

ପୁଲିସ କାର୍‌ର ରେଜିଷ୍ଟ୍ରେସନ୍‌ ନମ୍ବର ସଂଗ୍ରହ କରି ବେରାବାଲ୍‌ରେ ଥିବା ଇଣ୍ଡିଆନ୍‌ ରେୟନ୍‌ କାରଖାନା ନିକଟରେ ତାକୁ ଠାବ କଲା। ଦୁଇ ମହିଳାଙ୍କୁ ଧରି ପୁଲିସ ସେମାନଙ୍କ ନିକଟରୁ ଚୋରି ହୋଇଥିବା ନଗଦ ୧୬ ହଜାର ଟଙ୍କା ଏବଂ ଅଇଫୋନ୍‌ଟିକୁ ପାଇଲା।

ସେମାନଙ୍କ ସ୍ବାମୀମାନେ ଆଉ ଗୋଟାଏ କାର୍‌ରେ ଯାତାୟାତ କରୁଥିଲେ। ଜନଗହଳି ସ୍ଥାନଗୁଡ଼ିକରେ ମାତ୍ରଧିକ ପୁରୁଷ ଲୋକ ଥିବା ଦେଖିଲେ ଦୁହେଁ ସେଠାକୁ ଯାଇ ପକେଟ୍‌ମାର କରନ୍ତି। ସେହିଭଳି ଅଧିକ ମହିଳା ସମବେତ ହୋଇଥିବା ସ୍ଥାନକୁ ଯାଇ ସେମାନଙ୍କ ପତ୍ନୀମାନେ ମଧ୍ୟ ପକେଟ୍‌ମାର୍‌ କରିନ୍ତି। ପକେଟ୍‌ମାର୍‌ ଅର୍ଥରେ ସେମାନେ ୬ ଲକ୍ଷ ଟଙ୍କା ମୂଲ୍ୟର କାର୍‌ ଖରିଦ କରିଥିଲେ ବୋଲି ପୁଲିସ କହିଛି।