ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଲା: ପିଓକେରୁ ମିଳିଲା ଏଫ୍‌-୧୬ ବିମାନର ଧ୍ୱଂସାବଶେଷ

ନୂଆଦିଲ୍ଲୀ: ଭାରତୀୟ ସେନା ଉପରେ ପାକିସ୍ତାନ ବୁଧବାର ଆକ୍ରମଣ ଉଦ୍ୟମ କରିବା ପରେ ଲଗାତର ମିଛ କହି ଚାଲିଛି। ପାକିସ୍ତାନର ଏବେ ଆଉ ଏକ ମିଛ ଧରାପଡ଼ିଲା। ଭାରତୀୟ ସେନା ଗୁଳିରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬ ଖସିପଡ଼ିଥିବା କଥାକୁ ଅସ୍ୱୀକାର କରିଥିଲା ପାକିସ୍ତାନ। ମାତ୍ର ଏବେ ପାକ୍‌ ଅଧୀକୃତ କଶ୍ମୀର(ପିଓକେ) ଠାରେ ସେହି ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଛି। ଯାହାର ଫଟୋ ଏହା ସ୍ପଷ୍ଟ କରୁଛି ଯେ ଗତକାଲି ବାସ୍ତବରେ ଭାରତୀୟ ସେନାଙ୍କ ଗୁଳିରେ ପାକ୍‌ ଯୁଦ୍ଧ ବିମାନ ଖସି  ପଡ଼ିଥିଲା।

 

ପାକିସ୍ତାନ କେବଳ ଏଫ୍‌-୧୬ ଖସିପଡ଼ିଥିବା କଥାକୁ ଅସ୍ୱୀକାର କରି ନଥିଲା, ବରଂ ଆହୁରି ବି କହିଥିଲା କି ବୁଧବାର ଭାରତ ଉପରେ ହୋଇଥିବା ଆକ୍ରମଣରେ ଏହି ବିମାନ ବ୍ୟବହାର ହୋଇନଥିଲା। ମାତ୍ର ପାକିସ୍ତାନର ଏହି ମିଛ ମାତ୍ର ଅଳ୍ପ କେତେ ଘଣ୍ଟା ଭିତରେ ଧରାପଡ଼ିଛି। ଏଫ୍‌-୧୬ ବିମାନଟିର ଭାଙ୍ଗିି ଯାଇଥିବା ଇଞ୍ଜିନର ଏକ ଫଟୋ ଏବେ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର