ଶ୍ରୀନଗର : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆଜି ଏକ ତୀର୍ଥଯାତ୍ରୀ ବସ୍ ବ୍ରିଜ୍ ଉପରୁ ଖାଇକୁ ଖସି ପଡ଼ିବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବସ୍ଟି ଅମୃତସରରୁ କଟରା ଅଭିମୁଖେ ଯାତ୍ରା କରୁଥିଲା। ସମସ୍ତ ଯାତ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଥିଲେ। ବାଟରେ ଝାଜ୍ଜର କୋଟ୍ଲି ବ୍ରିଜ୍ରୁ ବସ୍ଟି ତଳକୁ ଖସି ପଡ଼ିଥିଲା। ୧୦ ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁଁ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଅତି ଗୁରୁତର ଅଛି। ଏସଡିଆରଏଫ୍ ଏବଂ ଅର୍ଦ୍ଧସାମରିକ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍: ୧୦ ମୃତ, ୫୦ ଆହତ
/sambad/media/post_attachments/wp-content/uploads/2023/05/546h45hsfshfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)