ବୈଷ୍ନୋ ଦେବୀ ଯାଉଥିବା ତୀର୍ଥଯାତ୍ରୀଙ୍କ ସକାଶେ ୫ ଲକ୍ଷ ଟଙ୍କାର ମାଗଣା ଜୀବନ ବୀମା

ଶ୍ରୀନଗର: ଶ୍ରୀମାତା ବୈଷ୍ନୋ ଦେବୀ ବୋର୍ଡ ପକ୍ଷରୁ ମନ୍ଦିର ଆସୁଥିବା ତୀର୍ଥ ଯାତ୍ରୀମାନଙ୍କ ସକାଶେ ମାଗଣାରେ ଦୁର୍ଘଟଣା ବୀମା ପାଇଁ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ଆଖପାଖରେ ଦୁର୍ଘଟଣାରେ କ୍ଷତିଗ୍ରସ୍ଥ ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ।

ବୋର୍ଡ ପକ୍ଷରୁ ହୋଇଥିବା ୬୩ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ ଭବନଠାରେ ଏହି ବୈଠକ ଆୟୋଜିତ ହୋଇଯାଇଥିଲା। ସତ୍ୟ ପାଲ ମଲ୍ଲିକ ବୋର୍ଡର ମଧ୍ୟ ଅକ୍ଷ୍ୟକ୍ଷ। ଏହି ବୈଠକରେ ସେ କହିଛନ୍ତି କି ବୋର୍ଡ ପକ୍ଷରୁ ତୀର୍ଥଯାତ୍ରୀଙ୍କ ସକାଶେ କରାଯିବାକୁ ଥିବା ବୀମା ଯୋଜନାକୁ ମଞ୍ଜୁରୀ ଦିଆଯାଉଛି।

ଯେଉଁ ଯାତ୍ରୀମାନେ ଭବନ ଓ ବାଇରୋନ ଘାଟିରୁ ରୋପ୍‌େଓ୍ଵରେ ଯାତାୟତ କରିବେ ସେମାନଙ୍କ ସକାଶେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶିକୁ ମଞ୍ଜୁରୀ ମିଳିଛି। ଏହି ପାଞ୍ଚ ଲକ୍ଷ ଟଙ୍କାର ଜୀବନ ବୀମା ସଂପୂର୍ଣ୍ଣ ମାଗଣା ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର