ଜନଗହଳିପୂର୍ଣ୍ଣ ସ୍ଥାନରୁ ଯୁବକଙ୍କ ଶରୀରରୁ ମୁଣ୍ଡ ଛିଣ୍ଡାଇ ନେଇଥିଲା ବାଘୁଣୀ; ଶେଷରେ ଧରାପଡ଼ିଲା

ପିଲିଭିତ: ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲାରେ ଆତଙ୍କ ଖେଳାଇଥିବା ବାଘୁଣୀ ଧରାପଡ଼ିଛି। ଗତମଙ୍ଗଳବାର ସନ୍ଧ୍ୟାରେ ଦୁଧବା, ଜିମ କାର୍ବେଟ ଓ ପିଲିଭିତ ଟାଇଗର ରିଜର୍ଭର ଟିମ୍‌ ମିଳିତ ଭାବେ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ତିନିଟି ଟିମ୍‌ ମିଳିତ ଭାବେ ଟ୍ରାଙ୍କୁଲାଇଜର ଜରିଆରେ ପଞ୍ଜରାରେ ବାଘୁଣୀକୁ କୈଦ୍‌ କରି ଗାଢ଼ା ଗେଷ୍ଟ ହାଉସ୍‌କୁ ନେଇଯାଇଥିଲେ। ଏହାପରେ ବାଘୁଣୀକୁ କାନପୁର ଚିଡ଼ିଆଘରକୁ ପଠାଇ ଦିଆଯାଇଥିଲା।

लोगों के बीच से युवक का सिर खींचकर ले ...

ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ବାଘୁଣୀ ଜଣେ ଯୁବକଙ୍କୁ ଉଠାଇ ନେଇ ତାଙ୍କ ଶରୀର ଠାରୁ ମୁଣ୍ଡକୁ ଅଲଗା କରି ଦେଇଥିଲା। ଯୁବକଙ୍କ ଶବ ମିଳିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବନବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଭଙ୍ଗାରୁଜା ଆରମ୍ଭ କରିଥିଲେ। ଗ୍ରାମବାସୀଙ୍କ ଏଭଳି କାଣ୍ଡ ଦେଖି ଦେଖି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲାଠିଚାର୍ଜ ବି କରିଥିଲା।

ପିଲିଭିତ ଟାଇଗର ରିଜର୍ଭର ମାଲା ରେଞ୍ଜ ଅଧୀନସ୍ଥ ଅଞ୍ଚଳରେ ଗତ କିଛିଦିନ ହେବ ଗ୍ରାମବାସୀଙ୍କ ଉପରେ ବାଘ ଆକ୍ରମଣ କରିବାର ଘଟଣା ସାମ୍ନାକୁ ଆସିଥିଲା। ଏହି ଅଞ୍ଚଳରୁ ଗତ ତିନିମାସ ମଧ୍ୟରେ ଦୁଇଟି ବାଘକୁ ଉଦ୍ଧାର କରାଯାଇଥିବା ବଳେ ଗୋଟିଏ ବାଘର ଉଦ୍ଧାର ସମୟରେ ମୃତ୍ୟୁ ହୋଇଯାଇଥିଲା। ସୋମବାର ମାଲା ରେଞ୍ଜର ଗୋୟଲ କଲୋନୀ ପାଖରେ ଗ୍ରାମବାସୀ ବସିଥିଲେ ।

Modern weights and measurements on wild tigers
WildFact

ଏହି ସମୟରେ ହଠାତ ଏକ ବାଘୁଣୀ ଗ୍ରାମବାସୀଙ୍କ ଉପରକୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା। ଗ୍ରାମବାସୀ ଭୟରେ ଦୌଡ଼ି ପଳାଉଥିବା ବେଳେ ବାଘୁଣୀ ପଞ୍ଝାରେ ୩୫ବର୍ଷୀୟ ଶୁଭେନ୍ଦୁ ବିଶ୍ୱାସ ଫସି ଯାଇଥିଲେ। ଲୋକମାନେ ବାଘୁଣୀ କବଳରୁ ଶୁଭେନ୍ଦୁଙ୍କୁ ଉଦ୍ଧାର କରିବାକୁ  ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ। ବାଘୁଣୀ ଶୁଭେନ୍ଦୁଙ୍କ ଶରୀରରୁ ମୁଣ୍ଡକୁ ଛିଣ୍ଡାଇ ନେଇ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା।

ସମ୍ବନ୍ଧିତ ଖବର